Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଆଜି ଭାରତ – ଶ୍ରୀଲଙ୍କା ନିର୍ଣ୍ଣାୟକ ଟି-ଟ୍ୱେଣ୍ଟି ମୁକାବିଲା, ସିରିଜ ବିଜୟ ଲକ୍ଷ୍ୟରେ ଉଭୟ ଦଳ

ଗୁରୁବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଶେଷ ତଥା ନିର୍ଣ୍ଣାୟକ ଟି୨୦ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ଆଜିର ମ୍ୟାଚ୍ ଯିଏ ଜିତିବ ସେ ଚାମ୍ପିଅନ ହେବ । ଭାରତୀୟ ଦଳ ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ହେଉଛି କରୋନା । ଦଳର ୮ ଅଭିଜ୍ଞ ଖେଳାଳି ଆଇସୋଲେସନରେ ରହିଛନ୍ତି ।

ପ୍ରଥମ ଟି୨୦କୁ ଅତି ସହଜରେ ଜିତିଥିଲା ଟିମ୍ ଇଣ୍ଡିଆ । ଶିଖର ଧାଓ୍ୱାନ, ସୂର୍ଯ୍ୟ କୁମାର ଯାଦବଙ୍କ ବ୍ୟାଟିଂ ଓ ଭୁବନେଶ୍ୱର କୁମାର ଦମଦାର ବୋଲିଂ କରିଥିଲେ । ଦଳ ସହଜ ବିଜୟ ହାସଲ କରିଥିଲା । କିନ୍ତୁ ଦ୍ୱିତୀୟ ଦିନିକିଆରେ ସବୁ ବିଗିଡି ଗଲା । ଦଳ ଖେଳାଳି କୃଣାଲ ପାଣ୍ଡ୍ୟା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ସହ ମିଶିଥିଲା ଆଉ ୮ ଖେଳାଳି ମଧ୍ୟ ଆଇସୋଲେସନରେ ରହିଛନ୍ତି ।

ଅଭିଜ୍ଞ ଖେଳାଳି ଆଇସୋଲେସନରେ ଥିବାରୁ ଦ୍ୱିତୀୟ ଟି୨୦ରେ ଶିଖରଙ୍କ ଟିମ୍ ଅନଭିଜ୍ଞ ଖେଳାଳିଙ୍କୁ ଧରି ପଡିଆକୁ ଓହ୍ଲାଇଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୧୩୨ ରନ୍ କରିପାରିଥିଲା । ଜବାବରେ ଶ୍ରୀଲଙ୍କା ୬ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା ।

ଗୁରୁବାର ଖେଳାଯିବାକୁ ଥିବା ତୃତୀୟ ଟି୨୦ ରୋମାଞ୍ଚକର ରହିବ । କାରଣ ମ୍ୟାଚ୍ ଜିତିବା ଦଳ ସିରିଜ ଜିତିବ । ଅନଭିଜ୍ଞ ଭାରତ ଦଳ ପରାଜୟକୁ ଭୁଲି ସିରିଜ ବିଜୟ ଲକ୍ଷ୍ୟରେ ରହିବ । ନବାଗତ ଖେଳାଳିମାନଙ୍କ ପାଇଁ ସୁଯୋଗ ରହିଛି । ଯାହାର ସତବ୍ୟବହାର ପାଇଁ ସେମାନେ ଉଦ୍ୟମ କରିବେ । ସେହିପରି ଶ୍ରୀଲଙ୍କା ମଧ୍ୟ ଭାରତର ଦୁର୍ବଳତାର ଫାଇଦା ଉଠାଇ ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ ।

Show More

Related Articles

Back to top button