କଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣମୁଖ୍ୟ ଖବର

ଆଜି ପ୍ରଥମାଷ୍ଟମୀ

ପ୍ରତି ଓଡ଼ିଆ ଘରେ ଜ୍ୟୋଷ୍ଠ ସନ୍ତାନଙ୍କୁ ବନ୍ଦାପନା

ଶନିବାର ପୋଢୁଆଁଷ୍ଟମୀ ବା ପ୍ରଥମାଷ୍ଟମୀ । ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ‘ପ୍ରଥମାଷ୍ଟମୀ’ ପାଳନ କରାଯାଏ । ଓଡ଼ିଶାର ଏହା ଏକ ପାରମ୍ପରିକ ପର୍ବ । ପ୍ରତ୍ୟେକ ଓଡ଼ିଆ ଘରେ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନ କାମନା ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ପ୍ରଥମ ଜାତ ସନ୍ତାନ, ପୁଅ ବା ଝିଅଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ ।

ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଜ୍ୟେଷ୍ଠ ସନ୍ତାନ ପ୍ରଥମେ ସ୍ନାନ କରି ନୂତନ ବସ୍ତ୍ର ପିନ୍ଧିଥାନ୍ତି । ଏହା ପରେ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତା’ଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହ ପିତାମାତାଙ୍କୁ ଓ ଗୁରୁଜନମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନିଅନ୍ତି ।

Show More

Related Articles

Back to top button