Breaking PLUSଓଡ଼ିଶାଦେଶ ବିଦେଶପୂଜା ପାର୍ବଣମୁଖ୍ୟ ଖବର

ଆଜି କୁମାର ପୂର୍ଣ୍ଣିମା

ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ,ସଂଧ୍ୟାରେ ଚାନ୍ଦ ପୂଜା

ଆଜି କୁମାର ପୂର୍ଣ୍ଣିମା । ସକାଳୁ ସକାଳୁ ଚଉରା ପାଖରେ ମା’ ବୃନ୍ଦାବତୀଙ୍କୁ ସ୍ମରଣ କରି କୁମାରୀମାନେ ପୂଜାର୍ଚ୍ଚନା କରିଛନ୍ତି । ଆଞ୍ଜୁଳି ଟେକିଛନ୍ତି । ନୂଆ ବସ୍ତ୍ର ପରିଧାନ କରିବା ସହ କୁଙ୍କୁମ ଚନ୍ଦନରେ ନିଜକୁ ସଜେଇ ଝିଅମାନେ କୁମାର ଉତ୍ସବ ପାଳନ କରନ୍ତି ।

ତେବେ କୁମାର ପୂର୍ଣ୍ଣିମାରେ ଭୋରୁ କୁମାରୀମାନେ ଉଠି ବୃନ୍ଦାବତୀଙ୍କ ପୂଜା ପାଇଁ ଲାଗି ପ଼ଡିଛନ୍ତି । ଆଜିର ଦିନରେ ବୃନ୍ଦାବତୀଙ୍କ ନିକଟରେ ଘର ପରିବାରର ମଙ୍ଗଳ ମନାସି ପୁଜାଚର୍ଚ୍ଚନା କରାଯାଏ। ନିଜ ଆରାଧ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଖଇ ଥାଳି ଟେକି ଦେଇ ଝିଅମାନେ ପ୍ରିୟଜନଙ୍କ ସୁଖ ଓ ସମୃଦ୍ଧି କାମନା କରନ୍ତି । ସଂଧ୍ୟାରେ ଚାନ୍ଦ ପୂଜା କରିବାର ପରମ୍ପରା ମଧ୍ୟ ରହିଛି । କୁମାର ପୂର୍ଣ୍ଣିମାରେ ଝିଅମାନେ ବିଭିନ୍ନ ପ୍ରକାର ଖେଳକୁଦରେ ମାତି ଯାଆନ୍ତି । ପୁଚି, ବୋହୁ ବେହାକୁ ଆଉ କବାଡି ଖେଳରେ କମ୍ପି ଉଠେ ଗାଁ ଦାଣ୍ଡ। ଚଳିତ ବର୍ଷ କରୋନା କଟକଣା ପାଇଁ ବିଭିନ୍ନ ଅଂଚଳରେ କୁମାର ଉତ୍ସବ ଫିକା ପଡି ଯାଇଥିଲେ ସୁଦ୍ଧା ପରମ୍ପରା ରକ୍ଷା କରିବାକୁ ଭୁଲି ନାହାନ୍ତି ।

Show More

Related Articles

Back to top button