ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣମୁଖ୍ୟ ଖବର

ଆଜି ପବିତ୍ର ଅଁଳାନବମୀ ପାଇଁ ଶ୍ରୀମନ୍ଦିରରେ ୧୪୪ଧାରା

ଓଡିଆଣୀ ବେଶରେ ଦର୍ଶନ ଦେବେ ରାଧା ମାଆ ।

ଆଜି ପବିତ୍ର ଅଁଳା ନବମୀ । ଏ ଏକ ଦୁର୍ଲଭ ମୁହୂର୍ତ୍ତ ଯେତେବେଳେ ମାରାଧାରାଣୀଙ୍କ ଦର୍ଶନ ହୋଇଥାଏ । ବିଭିନ୍ନ ପ୍ରକାର ଗହଣାରେ ସଜ୍ଜିତ ହୋଇ ମାଆ ଦର୍ଶନ ଦେବେ । ବିଶ୍ୱାସ ଅଛି ମାଆଙ୍କର ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହୋଇଥାଏ । ତେବେ କୋଭିଡ କଟକଣା ପାଇଁ ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି ।

ସତ୍ୟବାଦୀ ପୋଲିସ କଟକଣା କୁ ଲାଗୁ କରିବା ପାଇଁ ସମସ୍ତ ବନ୍ଦୋବସ୍ତ କରିଛି । ପୂର୍ବେ ଆଜିର ଦିନରେ ଶ୍ରଦ୍ଧାଳୁଙ୍କ ସମାଗମରେ ଗହଗହକ ମ୍ପୁଥିବା ସ୍ଥାନ ଏବେ ଫାଙ୍କା । କେବଳ ନୀତିକାନ୍ତି ଚାଲିଛି । ମନ୍ଦିରବି ସଜେଇ ହୋଇଚ୍ଛି । ହେଲେ ସବୁ ଯେମିତି ପରମ୍ପରା ରକ୍ଷା କରିବାକୁ ଚାଲିଛି । ନା ଭକ୍ତଙ୍କ ଅପେକ୍ଷା ଅଛି ନା ଭାବର ଆବେଗ ଅଚ୍ଛି ।

Show More

Related Articles

Back to top button