କଳା ସଂସ୍କୃତି ଓ ସାହିତ୍ୟକାଳିପୂଜାମୁଖ୍ୟ ଖବର

ଆଜି ପବିତ୍ର ଧନତେରାସ

କାର୍ତ୍ତିକ ତ୍ରୟୋଦଶୀ ତିଥିରେ ପାଳନ ହେଉଛି ଧନନ୍ତ୍ୱରୀ ତ୍ରୟୋଦଶୀ

ଆଜି ଧନ୍‌ତେରସ୍ । ଧନ୍‌ତେରସ୍‌ରେ ସୁନା କିଣିଲେ ଘରକୁ ମା’ ଲକ୍ଷ୍ମୀ ଆସନ୍ତି ଏବଂ ପରିବାରରେ ସୁଖଶାନ୍ତି ବଢ଼େ ବୋଲି ବିଶ୍ୱାସ ରହିଛି। ସୁନା ଦର ଉଚ୍ଚା ଥିଲେ ମଧ୍ୟ ଧନ୍‌ତେରସ୍‌ ପାଇଁ ସୁନାବିକ୍ରି ଭଲ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଧନ୍‌ତେରସ୍‌ ଅବସରରେ ଦୋକାନରେ ବି ଜୋରଦାର ଅଫର । ଦିଆଯାଉଛି ଭଳିକି ଭଳି ରିହାତି । କିଛି ଗ୍ରାହକ ବିଭିନ୍ନ ସୁନା ଦୋକାନ ବୁଲି ମନପସନ୍ଦର ଗହଣା ଠାବ କରିସାରିଛନ୍ତି ତ ଆଉ କିଏ କେଉଁ ଦୋକାନରୁ କିଣିବେ ସେକଥା ସ୍ଥିର କରିଛନ୍ତି । ଆଉ କିଛି ଆଗୁଆ ବରାଦ ଦେଇ ଆସିଥିଲେ । ଧନ୍‌ତେରସ୍‌ ଦିନ ସୁନା କିଣି ଘରକୁ ଆଣିବେ ।

ଧନ୍‌ତେରସ୍‌ରେ ସୁନା, ରୁପା ଓ ହୀରା ଅଳଙ୍କାର କିଣିବା ଲାଗି ରାଜଧାନୀବାସୀ ପୂରା ପ୍ରସ୍ତୁତ ହୋଇ ରହିଛନ୍ତି । ଏଥିପାଇଁ ଗ୍ରାହକମାନେ ଆଗୁଆ ବୁକିଂ କରିଥିବା ମଧ୍ୟ ସୂଚନା ହସ୍ତଗତ ହୋଇଛି ହିନ୍ଦୁ । ପରମ୍ପରାରେ ଧନ୍‌ତେରସ୍‌କୁ ଏକ ବଡ଼ ପର୍ବ ହିସାବରେ ପାଳନ କରାଯାଏ । ସୁନା କିଣିବା ସହିତ ଏହି ଦିନ ସୁନା ଦାନ କରିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ । ଗ୍ରାହକଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ସୁନା ଦୋକାନୀମାନେ ବିଭିନ୍ନ ରକମର ସୁନା ଗହଣା ଦୋକାନରେ ଭର୍ତ୍ତି କରିଛନ୍ତି । ଗତବର୍ଷ କରୋନା ପାଇଁ ଫିକା ପଡ଼ିଥିଲା ଏହି ପର୍ବ । ନା ବେପାରୀଙ୍କ ଆଗ୍ରହ ଥିଲା ନା ଗ୍ରାହକ କିଣିବାର ସୁଯୋଗ ପାଇଥିଲେ । ହେଲେ ଚଳିତ ବର୍ଷ ଧନ୍‌ତେରସ୍‌ ଗ୍ରାହକଙ୍କ ମନ ପସନ୍ଦ ଗହଣା ଯୋଗାଇ ଦେବା ଲାଗି କୌଣସି ସୁଯୋଗକୁ ହାତଛଡ଼ା କରୁନାହାନ୍ତି ଭୁବନେଶ୍ୱରର ସୁନା ଦୋକାନୀମାନେ ।

Show More

Related Articles

Back to top button