Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବଢ଼ିଚାଲିଛି କୋରୋନା, ଆଜି ୩୬୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୨୧୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ୧୪୧୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବଢ଼ିଚାଲିଛି କୋରୋନା ।୨୪ ଘଣ୍ଟାରେ ରାଜ୍ୟରେ ୩୬୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୧୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ୧୪୧୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୪୧୧ରେ ପହଁଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୮,୭୬୩ ଜଣ ରୋଗୀ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଆଜି ଅନୁଗୁଳରେ ୪୧, ବାଲେଶ୍ୱରରେ ୧୧୪, ବରଗଡ଼ରେ ୨୩୮, ଭଦ୍ରକରେ ୧୮୬, ବଲାଙ୍ଗୀରରେ ୩୯, ବୌଦ୍ଧରେ ୨୭, କଟକରେ ୩୭୦, ଦେବଗଡ଼ରେ ୧୧, ଢେଙ୍କାନାଳରେ ୫୬, ଗଜପତିରେ ୯, ଗଞ୍ଜାମରେ ୧୦୭, ଜଗତସିଂହପୁରରେ ୭୯, ଯାଜପୁରରେ ୧୨୭, ଝାରସୁଗୁଡ଼ାରେ ୮୦, କଳାହାଣ୍ଡିରେ ୨୭, କନ୍ଧମାଳରେ ୪୪, କେନ୍ଦ୍ରାପଡ଼ାରେ ୮୫, କେନ୍ଦୁଝରରେ ୮୦, ଖୋର୍ଦ୍ଧାରେ ୭୨୨, କୋରାପୁଟରେ ୯୩, ମାଲକାନାଗିରିରେ ୫୫, ମୟୂରଭଞ୍ଜରେ ୩୬୫, ନବରଙ୍ଗପୁରରେ ୪୬, ନୟାଗଡ଼ରେ ୧୦୦, ନୂଆପଡ଼ାରେ ୪୯, ପୁରୀରେ ୧୫୭, ରାୟଗଡ଼ାରେ ୧୧୧, ସମ୍ବଲପୁରରେ ୬୮, ସୋନପୁରରେ ୫୦ ଓ ସୁନ୍ଦରଗଡ଼ରେ ୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ପରୀକ୍ଷା ହୋଇଛି ୧୯ ଲକ୍ଷ ୫୦ ହଜାର ୫୯୧ ନମୁନା  ।

Tags
Show More

Related Articles

Back to top button
Close