ବାଣିଜ୍ୟ

ଆଜି ପୁଣି ମହଙ୍ଗା ହେଲା ତେଲ

ପେଟ୍ରୋଲ ୨୯ ପଇସା ଏବଂ ଡିଜେଲ ୧୭ ପଇସା ବୃଦ୍ଧି, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଜାରି ରହିଛି । ବୁଧବାର ପୁଣି ଥରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୨୯ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ବୃଦ୍ଧି ପାଇଛି ୧୭ ପଇସା । ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ୯୬.୪୧ ଟଙ୍କା ଏବଂ ଡିଜେଲ ୮୭.୪୫ ଟଙ୍କା ରହିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦେଶର ୯ ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କଲାଣି ।ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଦର ଐତିହାସିକ ସ୍ତରରେ ପହଞ୍ଚିଲାଣି । ରାଜସ୍ଥାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ ପ୍ରଦେଶ, ତେଲେଙ୍ଗାନା ଏବଂ ଲଦାଖ ସମେତ ଅନ୍ୟ କେତେକ ସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ପାର କଲାଣି । ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ମଧ୍ୟ ତେଲ ଦର ବୃଦ୍ଧି ପାଇଛି । ବୁଧବାର ପେଟ୍ରୋଲ ୧୦୨.୮୨ ଟଙ୍କା ଥିବାବେଳେ ଡିଜେଲ ଦାମ ରହିଛି ୯୪.୮୪ ପିଇସା ।

ଦେଶରେ ତୈଳରେ ସବୁଠାରୁ ଅଧିକ ଭାଟ ଲାଗୁଥିବା ରାଜ୍ୟ ହେଉଛି ରାଜସ୍ଥାନ ।ରାଜଧାନୀ ଭୁବନେଶ୍ବରରେ କିନ୍ତୁ ୨ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଛି । ମଙ୍ଗଳବାର ଏବଂ ବୁଧବାର ଭୁବନେଶ୍ବରରେ ସ୍ଥିର ରହିଛି ତେଲ ଦାମ । ବର୍ତ୍ତମାନ ଭୁବନେଶ୍ବରରେ ପେଟ୍ରୋଲ ୯୬.୯୫ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ୯୪.୯୧ ଟଙ୍କା ପ୍ରତି ଲିଟର ରହିଛି । ଶେଷ ଥର ପାଇଁ ଜୁନ ୧୪ ତାରିଖ ଅର୍ଥାତ ଗତ ସୋମବାର ଦିନ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଘଟିଥିଲା । ପେଟ୍ରୋଲ ୨୯ ପଇସା ଏବଂ ଡିଜେଲ ୩୨ ପଇସା ବୃଦ୍ଧି ପାଇଥିଲା ।

Show More

Related Articles

Back to top button