ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଏହି ସବୁ ରୋଗରେ ପୀଡ଼ିତ ପିଲାଙ୍କୁ ପ୍ରଥମେ ଦିଆଯିବ ଟିକା

ରୋଗରେ ପୀଡ଼ିତ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଶୀଘ୍ର ଲାଗିପାରେ ଟିକା। କିନ୍ତୁ ସୁସ୍ଥ ଥିବା ପିଲାମାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ।

କରୋନା ଭ୍ୟାକସିନ୍‌ ଉପରେ ସରକାରଙ୍କୁ ପରାମର୍ଶ ଦେଉଥିବା କମିଟି ଅନୁସାରେ, ଏବେ ଦେଶରେ ୪୦ କୋଟି ପିଲା ଅଛନ୍ତି । ସମସ୍ତଙ୍କ ପାଇଁ ଟିକାକରଣ ଆରମ୍ଭ କଲେ ୧୮ରୁ ଅଧିକ ବୟସ ବ୍ୟକ୍ତିଙ୍କ ଟିକାକରଣ ପ୍ରଭାବିତ ହେବ । ପ୍ରଥମେ ବୟସ୍କଙ୍କ ଭ୍ୟାକ୍ସିନେସନ୍‌ ହେବା ଜରୁରୀ ।କମିଟି ମତରେ, ଏବେ କେବଳ ରୋଗରେ ପୀଡ଼ିତ ଥିବା ୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଟିକା ଦେବା ଜରୁରୀ। ଏହା ବ୍ୟତୀତ ସ୍କୁଲ ଯିବା ପୂର୍ବରୁ ପିଲାମାନଙ୍କୁ ଟିକା ଦିଆଯିବା ନିହାତି ଜରୁରୀ ନୁହେଁ ବୋଲି କୁହାଯାଇଛି । କମିଟିର ଅଧ୍ୟକ୍ଷ ଏନକେ ଆରୋରା କହିଛନ୍ତି, ସମ୍ପୂର୍ଣ୍ଣ ସୁସ୍ଥ ଥିବା ପିଲାଙ୍କୁ ଏବେ ଟିକାକରଣ କରାଯିବ ନାହିଁ।

ତେବେ ପିଲା ବେଳୁ କର୍କଟରେ ପୀଡ଼ିତ ଥିବା, କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା କିମ୍ବା ହାର୍ଟ ଜନିତ ସମସ୍ୟାରେ ସମ୍ମୁଖୀନ ହେଉଥିବା ପିଲାମାନଙ୍କୁ ଟିକାକରଣ କରିବାକୁ କମିଟି ପରାମର୍ଶ ଦେଇଥିବା ଜଣାପଡ଼ିଛି।ଭାରତରେ ଏବେ ପର୍ଯ୍ୟନ୍ତ ପିଲାମାନଙ୍କ ଟିକାକରଣ ପାଇଁ କୌଣସି ଭ୍ୟାକସିନ୍‌କୁ ଅନୁମତି ମିଳିନାହିଁ। ଏବେ ଟିକାର କ୍ଲିନିକାଲ୍‌ ଟ୍ରାଏଲ ଚାଲିଛି। ଜାୟଡସ୍‌ କାଡିଲାର ଡିଏନଏ ବେସ୍‌ଡ୍‌ ଭ୍ୟାକିସନ୍‌ ୧୨ରୁ ୧୭ ବର୍ଷ ପିଲାମାନଙ୍କ ଉପରେ ଟ୍ରାଏଲ ସରିଛି । ତେଣୁ ଭ୍ୟାକସିନ୍‌ର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଲୋଡିଛି କମ୍ପାନୀ। ଏହା ବ୍ୟତୀତ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ମଧ୍ୟ ୨-୧୨ ବର୍ଷର ପିଲମାନଙ୍କ ଉପରେ ଦୁଇ ଚରଣର ଟ୍ରାଏଲ ଶେଷ କରିଛି ।

Show More

Related Articles

Back to top button