ଜୀବନଚର୍ଯ୍ୟା

ନିଜର କେଶକୁ ଘନ ଏବଂ ଚମକ କରିବ ମନ୍ଦାର ଫୁଲ

ଜାଣନ୍ତୁ କିପରି କରିବେ ବ୍ୟବହାର

ଫୁଲ ଦେଖିବା ପରେ ସମସ୍ତଙ୍କ ମନ ପ୍ରଫୁଲିତ ହୋଇଯାଏ । ଏହାର ସୁଗନ୍ଧ ମନକୁ ଶାନ୍ତ ଏବଂ ଖୁସି ରଖିଥାଏ । ଫୁଲ ମଧ୍ୟ କେଶ ସହିତ ଜଡିତ ଅନେକ ସମସ୍ୟାକୁ ଦୁର କରିବାରେ ସାହାଯ୍ୟ କରିଥାଏ । ସେହିପରି ମନ୍ଦାର ଫୁଲରେ ତିଆରି ପ୍ୟାକ୍ ଲଗାଇବା ଦ୍ୱାରା କେଶ ମୂଳରୁ ମଜବୁତ ହୋଇଥାଏ । ରୁପି, କେଶ ଝଡିବା ଏବଂ କେଶ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ମନ୍ଦାର ଫୁଲରୁ କେଶ ସମ୍ବନ୍ଧୀୟ ସମସ୍ୟାକୁ ଦୁର କରିବାର କିଛି ହେୟାରପ୍ୟାକ୍ ବିଷୟରେ…
କେଶ ସାଇନ୍ କରିବା:

ଶୁଖିଲା କେଶ ବହୁତ ମଇଳା ଏବଂ ଖରାପ ଦେଖାଯାଇଥାଏ ତେଣୁ କେଶକୁ ପୋଷଣ ଏବଂ ଉଜ୍ଜ୍ୱଳ କରିବା ପାଇଁ ମନ୍ଦାର ଫୁଲ ଲାଭଦାୟକ ହୋଇଥାଏ ।

ପ୍ରସ୍ତୁତି:

ଏଥିପାଇଁ ୧-୨ ଟେବୁଲ୍ ଚାମଚ ମନ୍ଦାର ଫୁଲ ପାଉଡର ଏବଂ ଆଲୋଭେରା ଜେଲ୍ ମିଶାଇ ଏହାକୁ ୩୦ ମିନିଟ୍ କିମ୍ବା ଶୁଖିବା ପର୍ଯ୍ୟନ୍ତ କେଶରେ ଲଗାଇ ରଖନ୍ତୁ । ପରେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ୱାରା କେଶ ଶୁଖିଲା ଦେଖାଯିବା ଏବଂ ଝଡିବା ସମସ୍ୟା ଦୁର କରି ସୁନ୍ଦର, ଘନ, ନରମ ଏବଂ ଚମକପୂର୍ଣ୍ଣ ହେବାରେ ସାହାଯ୍ୟ କରିଥାଏ ।

ଘନ କେଶ ପାଇଁ:

ମନ୍ଦାର ଫୁଲରେ ଥିବା ଆମିନୋ ଏସିଡ୍ କେଶକୁ ପୋଷଣ ଯୋଗାଇଥାଏ । ଏହା କେଶର ମୂଳକୁ ଅଧିକ ମଜବୁତ କରିଥାଏ । କେଶ ଝଡ଼ିବା ସମସ୍ୟାକୁ ଦୂର କରି ଶିଘ୍ର ବଢିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, କେଶରେ ଏକ କଣ୍ଡିସନର ଭାବରେ ମଧ୍ୟ କାମ କରିଥାଏ ।

ପ୍ରସ୍ତୁତି:
୫ଟି ମନ୍ଦାର ଫୁଲ ଏବଂ ପତ୍ରକୁ ଗ୍ରାଇଣ୍ଡ୍ କରନ୍ତୁ । ତା’ପରେ ୧-୨ ବଡ ଚାମଚ ଅଲିଭ୍ ଏବଂ ବାଦାମ ତେଲକୁ ମିଶାଇ ୩୦ ମିନିଟ୍ ପାଇଁ ମୁଣ୍ଡରେ ଲଗାନ୍ତୁ । ପରେ ଏହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

ରୁପି ପାଇଁ:

ସିଜନ୍ ଯାହା ବି ହେଉନା କାହିଁକି ରୁପି ସମସ୍ୟା ହେବା ସାଧାରଣ କଥା ।, ଆପଣ ଏଥିରୁ ମୁକ୍ତି ପାଇବା ପାଇଁ ମନ୍ଦାର ଫୁଲର ହେୟାର ପ୍ୟାକ୍ ଲଗାଇ ପାରିବେ ।

ପ୍ରସ୍ତୁତି:

୧ ବଡ ଚାମଚ ମନ୍ଦାର ଫୁଲ ଏବଂ ପତ୍ରର ପାଉଡର ନିଅନ୍ତୁ । ୧ ବଡ ଚାମଚ ହେନା ପାଉଡର ଏବଂ ଏଥିରେ ୧/୨ ଲେମ୍ବୁ ରସ ମିଶାଇ ମୁଣ୍ଡରେ ଲଗାନ୍ତୁ । ଏହାକୁ ୩୦ ମିନିଟ୍ ରଖି ପରେ ସଫା ପାଣିରେ ଧୋଇ ଦିଅନ୍ତୁ ।

Show More

Related Articles

Back to top button