ଜୀବନଚର୍ଯ୍ୟା

ଶନିଦେବଙ୍କୁ ପ୍ରସନ୍ନ କରିବାକୁ ଶନିବାର ଦିନ ରାଶି ଅନୁସାରେ ଜପ କରନ୍ତୁ ମନ୍ତ୍ର

ଶନିଦୋଷରୁ ମିଳିବ ମୁକ୍ତି

ଧାର୍ମିକ ବିଶ୍ୱାସ ଅନୁଯାୟୀ ଶନିବାର ଶନି ଦେବଙ୍କୁ ସମର୍ପିତ। ଏହି ଦିନ ବିଧି ବିଧାନ ଅନୁସାରେ ଶନିଦେବଙ୍କୁ ପୂଜା ଉଚିତ୍। ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ଏକ ପାପୀ ଏବଂ ନିଷ୍ଠୁର ଗ୍ରହ କୁହାଯାଇଛି। କୁଣ୍ଡଳୀରେ ଶନି ଅଶୁଭ ଥିଲେ ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ। ଶନି ଦେବଙ୍କୁ ଖୁସି କରିବା ପାଇଁ ଶନିବାର ଦିନ ଶନିଦେବଙ୍କୁ ଶ୍ରଦ୍ଧାର ସହ ପୂଜା କରିବା ସହ ମନ୍ତ୍ର ଜପ କରାଯିବା ଉଚିତ୍। ଆପଣ ପ୍ରତିଦିନ ମଧ୍ୟ ମନ୍ତ୍ର ଜପ କରିପାରିବେ l

ହିନ୍ଦୁ ଧର୍ମରେ ମନ୍ତ୍ର ଜପର ଅନେକ ମହତ୍ତ୍ୱ ରହିଛି। ଯେପରି ଶନି ଅଶୁଭ ଥିଲେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ, ସେହିଭଳି ଶନି ଶୁଭ ଥିଲେ ବ୍ୟକ୍ତିଙ୍କ ଜୀବନ ରାଜା ସହ ସମାନ ହୋଇଥାଏ। ରାଶି ଅନୁସାରେ ଶନିଦେବଙ୍କ କେଉଁ ମନ୍ତ୍ର ଜପ କରିବା ଉଚିତ ଜାଣନ୍ତୁ…
ମେଷ – ଓଁ ଶାନ୍ତାୟ ନମଃ
ବୃଷ – ଓଁ ବରେଣ୍ୟାୟ ନମଃ
ମିଥୁନ – ଓଁ ମାନ୍ଦ୍ୟାୟ ନମଃ
କର୍କଟ – ଓଁ ସୁନ୍ଦରାୟ ନମଃ
ସିଂହ – ଓଁ ସୂର୍ଯ୍ୟପୁତ୍ରାୟ ନମଃ
କନ୍ୟା – ଓଁ ମହନୀୟଗୁଣାତ୍ମନେ ନମଃ
ତୁଳା – ଓଁ ଛାୟାପୁତ୍ରାୟ ନମଃ
ବିଛା – ଓଁ ନୀଳବର୍ଣ୍ଣାୟ ନମଃ
ଧନୁ – ଓଁ ଧନସରବିଲେପାୟ ନମଃ
ମକର – ଓଁ ଶର୍ବାୟ ନମଃ
କୁମ୍ଭ – ଓଁ ମହେଶାୟ ନମଃ
ମୀନ – ଓଁ ସୁନ୍ଦରାୟ ନମଃ

ନିୟମିତ ଏହି ମନ୍ତ୍ର ଜପ କଲେ ଶନିଙ୍କ ଅଶୁଭ ପ୍ରଭାବରୁ ରକ୍ଷା ପାଇହେବ। ଯେଉଁମାନଙ୍କ କୁଣ୍ଡଳୀରେ ଶନିଙ୍କ ସାଢେସାତୀ ଏବଂ ଢେୟା ଚାଲିଛି ସେମାନଙ୍କ ପାଇଁ ଏହି ମନ୍ତ୍ର ଲାଭଦାୟକ ପ୍ରମାଣିତ ହୋଇଥାଏ। ବର୍ତ୍ତମାନ କୁମ୍ଭ, ମକର ଓ ଧନୁ ରାଶିରେ ଶନିଙ୍କ ସାଢେସାତୀ ଚାଲିଥିବାବେଳେ ମିଥୁନ, ତୁଳା ରାଶିରେ ଶନିଙ୍କ ଢେୟା ଚାଲିଛି।

Show More

Related Articles

Back to top button