ସ୍ୱାସ୍ଥ୍ୟ

କରୋନାରୁ ମୁକ୍ତି ପାଇଁ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ

ଶୀଘ୍ର ବଢିବ ଇମ୍ୟୁନିଟି

କରୋନା ଭାଇରସକୁ ଏଡ଼ାଇବା ପାଇଁ ସାମାଜିକ ଦୂରତା ରଖିବା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ତେଣୁ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ହେଲଦୀ ଜିନିଷ ଅନ୍ତର୍ଭୁକ୍ତ କରିବା ଜରୁରୀ । ଏଥିପାଇଁ ପୋଷକ ତତ୍ତ୍ୱଯୁକ୍ତ କ୍ଷୀର ପିଇବା ହେଉଛି ସର୍ବୋତ୍ତମ ବିକଳ୍ପ । କିନ୍ତୁ ଏଥିରେ କିଛି ଜିନିଷ ମିଶାଇ ପିଇବା ଦ୍ୱାରା ଦ୍ୱିଗୁଣ ଲାଭ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା କ୍ଷୀରରେ ମିଶାଇ କେଉଁ ଜିନିଷ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତିକୁ ବଢା ଯାଇପାରିବ ।

ହଳଦୀ :

ହଳଦୀରେ ଆଣ୍ଟି-ଭାଇରସ୍, ଆଣ୍ଟି-କ୍ୟାନସର, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ । ତେଣୁ ଏକ ଚାମଚ ଗରମ କ୍ଷୀର ସହିତ ହଳଦୀ ମିଶାଇ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିବାରେ ସାହାଯ୍ୟ କରିଥାଏ । କରୋନା ଜୀବାଣୁ ଏବଂ ଅନ୍ୟାନ୍ୟ ଗୁରୁତର ରୋଗ ହେବାର ଆଶଙ୍କା କମ୍ ରହିଥାଏ ।

ଖଜୁରୀ :

ଖଜୁରୀରେ ଭିଟାମିନ୍, ଆଇରନ୍, ଫାଇବର, କ୍ୟାଲସିୟମ୍, ଆଣ୍ଟି-ଭାଇରାଲ୍, ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ତେଣୁ ପ୍ରତିଦିନ ଶୋଇବା ପୂର୍ବରୁ କ୍ଷୀରରେ ଖଜୁରୀ ଫୁଟାଇ ପିଅନ୍ତୁ । ଏଥିରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ କରୋନା ଭାଇରସ୍ ବିରୁଦ୍ଧରେ ଲଢିବାର ଶକ୍ତି ବୃଦ୍ଧି ହେବ ।
ଡ୍ରାଏ ଫ୍ରୁଟ୍ସ :

ଡ୍ରାଏ ଫ୍ରୁଟ୍ସରେ ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ ଋତୁ କାଳୀନ ରୋଗରୁ ରକ୍ଷା ମିଳିଥାଏ । ଏଥି ସହିତ, ଏହାକୁ କ୍ଷୀର ସହିତ ଖାଇବା ଦ୍ୱାରା ଦ୍ୱିଗୁଣ ଲାଭ ମିଳିଥାଏ । କରୋନାରୁ ସୁରକ୍ଷିତ ରହିବା ସହିତ ମଧୁମେହ ଏବଂ ରକ୍ତଚାପ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରିଥାଏ ଆପଣ ଡ୍ରାଏ ଫ୍ରୁଟ୍ସର ପାଉଡର ପ୍ରସ୍ତୁତ କରି ଏହାକୁ କ୍ଷୀରରେ ମିଶାଇ ମଧ୍ୟ ପିଇପାରିବେ ।

ଅଦା :

ଅଦାରେ ଭିଟାମିନ୍, ଆଇରନ୍, କ୍ୟାଲସିୟମ୍, ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏଥିପାଇଁ ଗରମ କ୍ଷୀରରେ ୧ ଚାମଚ ଅଦା ପେଷ୍ଟକୁ ଫୁଟାନ୍ତୁ । ପ୍ରସ୍ତୁତ କ୍ଷୀରକୁ ଛାଣି ପିଅନ୍ତୁ ।

Show More

Related Articles

Back to top button