ମୁଖ୍ୟ ଖବରରାଜନୀତି

ଅକ୍ଟୋବର ୩୦ ସୁଦ୍ଧା ସରିବ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା

୨୬ରେ ପ୍ରକାଶ ପାଇବ ଚୁଡାନ୍ତ ସଂରକ୍ଷଣ ତାଲିକା

ଅକ୍ଟୋବର ୩୦ ସୁଦ୍ଧା ସରିବ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା । ୨୬ରେ ପ୍ରକାଶ ପାଇବ ଚୁଡାନ୍ତ ସଂରକ୍ଷଣ ତାଲିକା। ୨୯ରେ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବେ ସରକାର । ସରକାରଙ୍କଠୁ ଚୁଡାନ୍ତ ତାଲିକା ପାଇବା ପରେ କମିଶନ ନିର୍ବାଚନ ଲାଗି ତାରିଖ ଘୋଷଣା କରିବେ। ସଂରକ୍ଷଣ ପ୍ରକ୍ରିୟା ସାରିବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତରାଜ ନିର୍ଦ୍ଦେଶକ । ସଂରକ୍ଷଣ ନେଇ ସରକାର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ ୮ରେ ସରପଞ୍ଚ ଓ ପଞ୍ଚାୟତ ସମତି ଓ ଜିଲ୍ଲା ପରିଷଦ ପଦବୀ ପାଇଁ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ ବୋଲି ଉଲ୍ଲେଖ ହୋଇଛି । ୧୬ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚିଠା ତାଲିକା ଆସିବ। ଏଥିପାଇଁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ୱାର୍ଡମେମ୍ବର, ସରପଞ୍ଚ, ସମତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନେଇ ୧୬ରୁ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ୨୨ ସୁଦ୍ଧା ଜିଲ୍ଲାପାଳ ମାନେ ଅଭିଯୋଗ ଶୁଣାଣି କରି କେସ ଫଇସଲା ସହ ସରକାରଙ୍କୁ ନିଜ ଜିଲ୍ଲାର ସଂରକ୍ଷଣ ତାଲିକା ଦେବେ ।

ସରକାରଙ୍କ ଅନୁମୋଦନ ପରେ ୨୬ରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ୨୯ ତାରିଖରେ ଚୂଡ଼ାନ୍ତ ତାଲିକା କମିଶନଙ୍କ ନିକଟରେ ସକାର ଦାଖଲ କରିବେ ସରକାର । ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । କୋର୍ଟଙ୍କ ନିର୍ଦ୍ଦେଶକୁ ଆଖିରେ ରଖି ସରକାର ପଞ୍ଚାୟତ ନିର୍ବାଚନ ଆଇନରେ ସଂଶୋଧନ କରିଛନ୍ତି । ତେବେ ନୂଆ ଆଇନ ଆସିବା ପରେ ଏତେ କମ ସମୟରେ କିପରି ସଂରକ୍ଷଣ ତାଲିକା ହେବ ତାହା ଏବେ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । ସେପଟେ ବିରୋଧୀ ସରକାରଙ୍କ ସଂରକ୍ଷଣ ଉପରେ ନଜର ରଖିଥିବା ବେଳେ ବିଜେଡି କହିଛି ଆଇନ ଅନୁସାରେ ସରକାର ସଂରକ୍ଷଣ ବ୍ୟବସ୍ଥା କରିବେ। ମାର୍ଚ୍ଚ ୫ରେ ସରିବ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକାଳ । ଆଉ ତା ପୂର୍ବରୁ ଯଦି ଠିକ ସମୟରେ ସରକାର ସଂରକ୍ଷଣ ତାଲିକା ପ୍ରସ୍ତୁତ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦିଅନ୍ତି ତାହାଲେ ଠିକ ସମୟରେ ପଞ୍ଚାୟତ ଭୋଟ ହେବା ନେଇ ଆଶା ରହିଛି ।

Show More

Related Articles

Back to top button