ସ୍ୱାସ୍ଥ୍ୟ

ଯେଉଁ ଜିନିଷ ଖାଇବା ପାଇଁ ଆମେ ଡରିଥାଉ ସେହି ୫ଟି ଖାଦ୍ୟ ଏହି ଭଳି ଭାବରେ ହୋଇପାରେ ସ୍ୱାସ୍ଥ୍ୟକର

ଆମେ ନିଜ ଖାଇବା ପିଇବାରେ ସବୁବେଳେ ସ୍ୱାସ୍ଥ୍ୟକର ଖାଦ୍ୟକୁ ଆପଣାଇ ଥାଉ l କିଛିଟା ଜିନିଷ ଏହିପରି ରହିଛି ଯାହାକୁ ଆମେ ସ୍ୱାସ୍ଥ୍ୟ ପକ୍ଷ ହାନିକାରକ ଭାବି ଖାଇବାକୁ ଇଛା କରି ନଥାଉ l କିନ୍ତୁ ଏହି ଜିନିଷ ତିଆରି କରି ଖାଇବା ଆମ ଉପରେ ନିର୍ଭର କରେ ଯେ ଆମେ ତାକୁ କିପରି ଭାବରେ ପ୍ରସ୍ତୁତ କରୁଛୁ l ଏହି ଯେଉଁ ଅଶ୍ୱସ୍ଥକର ଖାଦ୍ୟ ଗୁଡିକ ରହିଛି ତାହା ଆମର ଶରୀର ପାଇଁ କିଛି ମାତ୍ରାରେ ଲାଭଦାୟକ ଅଟେ

ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ ବିଷୟରେ l

* ପାସ୍ତା -ପାସ୍ତା ଖାଇବାକୁ ସମସ୍ତେ ରୁଚିକର ଭାବିଥିଲେ ମଧ୍ୟ ବେଳେବେଳେ ଭୟ କରିଥାନ୍ତି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପାସ୍ତା ଗୋଟିଏ ସ୍ୱାସ୍ଥ୍ୟକର ଖାଦ୍ୟ ଅଟେ ,ଯେଉଁଥିରେ ଖୁବ କମ ପରିମାଣରେ ଫ୍ୟାଟ ଓ ଲୁଣ ମିଳିଥାଏ l ଆପଣ ଯଦି ପାସ୍ତାକୁ ଅଲିଭ ଅଏଲ ଓ ପନିର ସାହାଯ୍ୟରେ ପ୍ରସ୍ତୁତ କରିବେ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ l ଏହି ଭଳି ଭାବରେ ପ୍ରସ୍ତୁତ କରି ଖାଇବା ଦ୍ୱାରା ପେଟ ଅଧିକ ସମୟ ଧରି ଭାରି ରହିଥାଏ ,ଯାହା ଦ୍ୱାରା ଆମେ ଓଭର ଡାଏଟିଂ କୁ ଆପଣାଇ ନଥାଉ l

* ଚକଲେଟ -ସମସ୍ତେ ପ୍ରାୟ ଭାବନ୍ତି ଚକଲେଟ ଅଧିକ ଖାଇବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ଅଟେ l ଚକଲେଟରେ ଫ୍ଲେବନଏଡ଼ ରହିଥାଏ ,ଯାହା ଆମ ଟିସୁକୁ କ୍ଷତି ହେବାରୁ ବଞ୍ଚାଇଥାଏ l ତା ସହିତ ମସ୍ତିସ୍କ ଓ ହୃଦୟକୁ ରୋଗଠାରୁ ଦୁରେଇ ରଖେ l ତେଣୁ ଆପଣ ଚାହିଁଲେ ସପ୍ତାହକୁ ତିନି ରୁ ଚାରିଥର ଚକଲେଟ ଖାଇ ପାରିବେ l

* ସିଝା ଆଳୁ ସାଲାଡ଼ -କଞ୍ଚା ଆଳୁ ଅପେକ୍ଷା ସିଝା ଆଳୁର ଅନେକ ଲୋକ ସାଲାଡ଼ ପ୍ରସ୍ତୁତ କରି ଖାଇବା ପାଇଁ ପସନ୍ଦ କରିଥାନ୍ତି l ଏହିଥିରେ ଯେଉଁ ଷ୍ଟାର୍ଚ୍ଚ ରହିଥାଏ ତାହା ଫାଇବର ଭଳି ଆମ ଶରୀରରେ କାମ କରେ l ଏହା ଆମ ପେଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ,ସିଝା ଆଲୁରେ ପୋଟାସିୟମ ଓ ମ୍ୟାଗନେସିୟମ ସହିତ ଅନେକ ପୋଷାକ ତତ୍ୱ ମଧ୍ୟ ମିଳିଥାଏ l କମ ଫ୍ୟାଟ ଯୁକ୍ତ କ୍ୟାଲୋରୀ ରହିଥିବା ହେତୁ ଏହାକୁ ଆପଣ ସାଲାଡ଼ ଭାବରେ ଖାଇ ପାରିବେ l

* ରେଡ୍ ମିଟ୍-ସାଧାରଣତଃ ସମସ୍ତେ ରେଡ୍ ମିଟ୍ ଖାଇବାକୁ ପସନ୍ଦ କରିଥିଲେ ମାଧ୍ୟ ଭୟ କରିଥାନ୍ତି l ସମସ୍ତଙ୍କର ଧାରଣା ରେଡ୍ ମିଟ୍ ଶରୀର ପାଇଁ କ୍ଷତିକାରକ ଅଟେ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରେଡ୍ ମିଟ୍ ରେ ପ୍ରୋଟିନ ,ଓ଼ମେଗ-ଥ୍ରୀ ଫ୍ୟାଟି ଏସିଡ ,ଭିଟାମିନ-ବି ୧୨ ,ଜିଙ୍କ ଓ ଆଇରନ ମିଳିଥାଏ l କିନ୍ତୁ ଏହି ରେଡ୍ ମିଟ୍ ବିନା ଚର୍ବି ଯୁକ୍ତ ହେବ ଆବଶ୍ୟକ l ଯାହାକୁ ଆପଣ ଖାଇଲେ ଆପଣଙ୍କ ଶରୀରରେ ଥିବା ଟିସୁ ଗୁଡିକ ଆକ୍ଟିଭ ହେବ ସହିତ ଖରାପ କୋଲେଷ୍ଟ୍ରଲ ମଧ୍ୟ କମ ହୋଇଥାଏ l

* କଫି -ଗୋଟିଏ ଗବେଷଣାରୁ ଜଣ ପଡିଛି ଯେ କଫି ପିଇବା ଦ୍ୱାରା ହୃଦଘାତର ବିପଦ କମ ରହିଥାଏ କିନ୍ତୁ ଅଧିକ କଫି ପିଇବା ସ୍ୱାସ୍ଥ୍ୟ ପକ୍ଷ କ୍ଷତିକାରକ ଅଟେ l ତେଣୁ ଆପଣ ସପ୍ତାହକୁ ଦୁଇରୁ ତିନିଥର ବ୍ଲାକ କଫି ପିଅନ୍ତୁ ଯାହା ଆପଣଙ୍କ ହୃତପିଣ୍ଡ ପାଇଁ ଲାଭ ଦାୟକ l

Show More

Related Articles

Back to top button