ଏହି ୫ଟି ଜିନିଷକୁ ଭୁଲ୍ ରେ ବି ଭାବନ୍ତୁ ନାହିଁ ନିରାମିଷ
ଅଧିକାଂଶ ଲୋକ ପ୍ରାୟତଃ ସମସ୍ତ ଖାଦ୍ୟକୁ ଠିକରେ ଖାଇପାରନ୍ତି ନାହିଁ ,ଆଉକିଛି ଲୋକ ଥାନ୍ତି ସମସ୍ତ ପ୍ରକାର ଖାଦ୍ୟକୁ ଖାଇଥାନ୍ତି l ଆମ ସମାଜରେ ଆମିଷ ଓ ନିରାମିଷ ଖାଉଥିବା ୨ପ୍ରକାରର ଲୋକ ରହିଥାନ୍ତି l ନିରାମିଷ ଲୋକମାନେ ଅଣ୍ଡା ,ମାଛ ,ମାଂସ ଇତ୍ୟାଦିକୁ ନିଜ ଖାଦ୍ୟରେ ସାମିଲ କରନ୍ତି ନାହିଁ l ଆପଣ ଜାଣିଛନ୍ତି କି ଅଜାଣତେ ହେଉ ପଛେ ଏପରି କିଛି ଖାଦ୍ୟ ଯାହାକୁ ଆପଣ ନିରାମିଷ ବୋଲି ଭାବିଥାନ୍ତି ତାହା ଆମିଷ ହୋଇଥାଏ

ବଜାରରେ ମିଳୁଥିବା ଏହିପରି ଅନେକ ଜିନିଷ ଯାହାକୁ ଆପଣ ସମ୍ପୂର୍ଣ୍ଣ ନିରାମିଷ ବୋଲି ଭାବି ଖାଇଥାନ୍ତି l ଆଜି ଆସନ୍ତୁ ଜାଣିବା ସେ ବିଷୟରେ lକିଛି ଲୋକଙ୍କର ଅଭ୍ୟାସ ଥାଏ ଛୁଇଁଗମ ଚୋବାଇବା l ହୁଏତ ସେମାନେ ଜାଣି ନଥିବେ ଯେଉଁ ଛୁଇଁଗମକୁ ଚୋବାଉଛନ୍ତି ସେଥିରେ ଯେଉଁ ଜିଲେଟିନ ରହିଛି ତାହା ଜୀବଜନ୍ତୁଙ୍କ ହାଡରୁ ବାହାର କରାଯାଇଥାଏ l ନିରାମିଷ ବ୍ୟକ୍ତି ମାନଙ୍କୁ ଏହା ଖାଇବା ଉଚିତ ନୁହେଁ l
ବଜାରରେ ମିଳୁଥିବା ସାଲାଡ଼ର ଡ୍ରେସିଙ୍ଗକୁ ଯଦି ଆପଣ ସମ୍ପୂର୍ଣ୍ଣ ନିରାମିଷ ଭାବୁଛନ୍ତି ତାହା ଆପଣଙ୍କର ଭୁଲ ଧାରଣା l ଏହି ପ୍ରକାର ରଙ୍ଗଯୁକ୍ତ ସାଲାଡ଼ ଡ୍ରେସିଙ୍ଗ ଯାହା ବଜାରରେ ମିଳୁଛି ସେଥିରେ ବେଳେବେଳେ ଅଣ୍ଡା ମିଶାଯାଇଥାଏ l
ବେଳେବେଳେ ଲୋକମାନେ ନିଜ ଚାହା ଓ କଫିରେ ଗୋଟିଏ ଅଲଗା ପ୍ରକାରର ଧଳା ଚିନି ବ୍ୟବହାର କରିଥାନ୍ତି l କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ପ୍ରକାର ଚିନିରେ ନେଚୁରାଲ କାର୍ବନର ବ୍ୟବହାର କରାଯାଇଥାଏ l ଏହି ନେଚୁରାଲ କାର୍ବନ ଜୀବଜନ୍ତୁଙ୍କ ହାଡରୁ ଆସିଥାଏ l
ବିୟର ଓ ୱଇନ ପିଉଥିବା ଲୋକମାନେ ବେଳେବେଳେ କହିଥାନ୍ତି ଯେ ଏହା ଫଳରୁ ପ୍ରସ୍ତୁତ କରାଯାଇଛି l ଏହାକୁ ଆଖିବନ୍ଦ କରି ବିଶ୍ୱାସ କରୁଥିବା ଲୋକମାନେ ଜାଣି ରଖନ୍ତୁ ଯେ ମଦକୁ ପ୍ରସ୍ତୁତ କରିବା ସମୟରେ ଯେଉଁ ଇଞ୍ଜିନ ଗ୍ଲାସ ବ୍ୟବହାର ହୋଇଥାଏ ତାହା ମାଛ ବ୍ଲେଡରରୁ ପ୍ରସ୍ତୁତ ହୋଇଥାଏ l
ବେଳେବେଳେ ଅନେକ ଲୋକ ସକାଳ ଜଳଖିଆରେ ବ୍ରେଡ ସହିତ ଯାମ ଖାଇବାକୁ ପସନ୍ଦ କରିଥାନ୍ତି l ଫଳରୁ ଯାମ ପ୍ରସ୍ତୁତ କରିବା ନାଁରେ ବାହାରେ ମିଳୁଥିବା ଯାମ ଗୁଡିକ ନିରାମିଷ ନୁହେଁ l ବେଳେବେଳେ ଏହି ଯାମକୁ ପ୍ରସ୍ତୁତ କରିବା ପାଇଁ ପଶୁ ମାନଙ୍କ ଶରୀରରେ ଥିବା ଜିଲେଟିନକୁ ପ୍ରୟୋଗ କରାଯାଇଥାଏ l