Breaking PLUSଓଡ଼ିଶାମୁଖ୍ୟ ଖବର

ମେଟ୍ରୋ ରେଳ ପ୍ରକଳ୍ପକୁ ଝଟକା, ୨୦୪୧ ମସିହା ପର୍ଯ୍ୟନ୍ତ ଟ୍ୱିନ ସିଟିରେ ଗଡିବନି ରେଳ

ଭୁବନେଶ୍ୱର- କଟକ ମଧ୍ୟରେ ମେଟ୍ରୋ ରେଳ ଚାଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ କି ଏଥିପାଇଁ କୌଣସି କମ୍ପାନିକୁ ଅର୍ଥ ଦିଆଯାଇ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଭୁବନେଶ୍ୱର- କଟକ ମଧ୍ୟରେ ମେଟ୍ରୋ ରେଳ ଚାଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ କି ଏଥିପାଇଁ କୌଣସି କମ୍ପାନିକୁ ଅର୍ଥ ଦିଆଯାଇ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ବିଧାୟକ ସୁରେଶ ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର-କଟକ ଭିତରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା । ଏଥିଲାଗି ଟେଣ୍ଡର ହୋଇଥିଲା। ଏଥିରେ ୫ଟି କମ୍ପାନି ଭାଗ ନେଇଥିଲେ ।

୨୦୪୧ ମସିହା ପର୍ଯ୍ୟନ୍ତ ଟୁଇନ ସିଟିରେ ମେଟ୍ରୋ ରେଳ ଗଡ଼ିବା ଅସମ୍ଭବ। ଜନସଂଖ୍ୟା ଆଧାରରେ ସର୍ଭେ ଅନୁଯାୟୀ ଫିଜିବିଲିଟି ନଥିବାରୁ ଏହାକୁ ଆଗକୁ ବଢାଯାଇପାରୁନି । ଏହି ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ୬୧ ହଜାର ଟଙ୍କା ଦେଇଥିବା ବେଳେ କମ୍ପାନିକୁ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେପଟେ ଗୃହର ଅନ୍ୟ ସଦସ୍ୟମାନେ ପୁଣି ଥରେ ଏହି ସର୍ଭେ କରିବା ପାଇଁ ଦାବି ରଖିଛନ୍ତି । ଏନେଇ ଗୃହରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

Show More

Related Articles

Back to top button