Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ସାରା ବିଶ୍ୱ ଆଜି ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ବିଶ୍ୱବ୍ୟାପୀ ୧୦୯ଟି ଦେଶରେ ପାଳନ ହେଉଛି । ଚଳିତ ବର୍ଷର ଥିମ ରହିଛି 'ସୁସ୍ଥତା ପାଇଁ ଯୋଗ' । କରୋନା କଟକଣା ଭିତରେ ଦେଶରେ ଯୋଗ ଦିବସ ପାଳନ ହେଉଛି । ସାମାଜିକ ଦୂରତା ରକ୍ଷା କରି ବିଭିନ୍ନ ସ୍ଥାନରେ ଯୋଗ କରୁଛନ୍ତି ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା । କେଉଁଠି ରାଜରାସ୍ତାରେ ତ ଆଉ କେଉଁ ପାର୍କରେ ଯୋଗ କରୁଛନ୍ତି ଲୋକ । ଘରେ ଘରେ ବି ଯୋଗସନ କରାଯାଉଛି ।

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ବିଶ୍ୱବ୍ୟାପୀ ୧୦୯ଟି ଦେଶରେ ପାଳନ ହେଉଛି । ଚଳିତ ବର୍ଷର ଥିମ ରହିଛି ‘ସୁସ୍ଥତା ପାଇଁ ଯୋଗ’ । କରୋନା କଟକଣା ଭିତରେ ଦେଶରେ ଯୋଗ ଦିବସ ପାଳନ ହେଉଛି । ସାମାଜିକ ଦୂରତା ରକ୍ଷା କରି ବିଭିନ୍ନ ସ୍ଥାନରେ ଯୋଗ କରୁଛନ୍ତି ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା । କେଉଁଠି ରାଜରାସ୍ତାରେ ତ ଆଉ କେଉଁ ପାର୍କରେ ଯୋଗ କରୁଛନ୍ତି ଲୋକ । ଘରେ ଘରେ ବି ଯୋଗସନ କରାଯାଉଛି ।

ଭାରତର କୋଣ ଅନୁକୋଣରୁ ଯୋଗମୁଦ୍ରାର ଚିତ୍ର ସାମନାକୁ ଆସୁଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ବହୁ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗମୁଦ୍ରାରେ ଥିବା ଚିତ୍ର ସାମନକୁ ଆସୁଛି । ଏବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଯୋଗ ଦିବସରେ ବିରାଟ ଆୟୋଜନ ହୋଇନି । କିନ୍ତୁ ସାରା ଦୁନିଆରେ ଲୋକ ଘରେ ଘରେ ଯୋଗ ଦିବସ ପାଳନ କରୁଛନ୍ତି ।

କରୋନା ସମୟରେ ନିଜ ଭିତରେ ସକାରାତ୍ମକ ଉତ୍ସାହ ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦିଗରେ ଯୋଗର ମହତ୍ତ୍ୱ ଅଧିକ ଅନୁଭୂତ ହେଉଛି । ଯୋଗର ମହତ୍ତ୍ୱକୁ ନେଇ ଭାରତର ପ୍ରସ୍ତାବକୁ ସାରା ବିଶ୍ୱ ସ୍ୱୀକାର କରିଛି । ଯୋଗର ଉପକାରିତା ଓ ଏହାର ଉଦ୍ଦେଶ୍ୟକୁ ନେଇ ୨୦୧୫ ଜୁନ୍ ୨୧ ତାରିଖରୁ ସାରା ବିଶ୍ୱର ପାଳିତ ହୋଇ ଆସୁଛି ଅନ୍ତର୍ଜାତୀୟ ଯୋଗ ଦିବସ । ମିଳିତ ଜାତିସଂଘରେ ଭାରତରର ପ୍ରସ୍ତାବକୁ ୧୭୭ ଦେଶ ପୂର୍ଣ୍ଣ ସମର୍ଥନ କରିଥିଲେ ।

Show More

Related Articles

Back to top button