Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟର ସମସ୍ତ ସହରାଞ୍ଚଳରେ ଜାରି ରହିଛି ସପ୍ତାହନ୍ତ ସଟଡାଉନ୍

କରୋନା ଚେନ୍ ଭାଙ୍ଗିବା ପାଇଁ ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଦୋକାନବଜାର, ଗାଡ଼ିମୋଟର ଚଳାଚଳ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ।

କରୋନା ଚେନ୍ ଭାଙ୍ଗିବା ପାଇଁ ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଦୋକାନବଜାର, ଗାଡ଼ିମୋଟର ଚଳାଚଳ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ । ସୋମବାର ସକାଳ ୫ଟା ଯାଏ ସଟଡାଉନ କଟକଣା ବଳବତ୍ତର ରହିବ । ଏହି ସମୟରେ ଜାରି ରହିବ କେବଳ ଅତ୍ୟାବଶ୍ୟକ ସେବା । ସଟଡାଉନକୁ ଦୃଷ୍ଟିରେ ରଖି ସହରର ଛକ ଛକରେ ପଇଁତରା ମାରୁଛି ପୋଲିସ । ବିଭିନ୍ନ ସ୍ଥାନରେ ଚେକିଂ କଡ଼ାକଡ଼ି । ଜରୁରୀ କାମ ନଥାଇ ଘରୁ ବାହାରିଲେ ପୋଲିସ ଧରୁଛି । ସକାଳ ୫ଟାର ୬ଟା ଘଣ୍ଟାଏ କଟକଣା କୋହଳ ହେଲା । ପ୍ରାତଃ ଭ୍ରମଣ ଓ ବ୍ୟାୟାମ ପାଇଁ ଦୁଇ ଦିନ ସକାଳ ୫ଟାରୁ ଘଣ୍ଟାଏ କୋହଳ ହୋଇଛି ।

Show More

Related Articles

Back to top button