Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆବର୍ଷରେ ୩୫ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତିର ଉପହାର ଦେଲେ ରାଜ୍ୟସରକାର

ରାଜ୍ୟ ସରକାର ୩୫ ଜଣ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି । ଆପେକ୍ସ ସ୍କେଲ୍‌, ପ୍ରମୁଖ ସଚିବ, ସୁପର୍ ଟାଇମ୍ ସ୍କେଲ୍‌, ସିଲେକ୍ସନ୍ ଗ୍ରେଡ୍‌, ଜୁନିୟର୍ ଆଡମିନ୍‌ଷ୍ଟ୍ରେଟିଭ୍ ଗ୍ରେଡ୍ ଓ ସିନିୟର୍ ଟାଇମ୍ ସ୍କେଲ୍ ପାହ୍ୟାର ଅଧିକାରୀଙ୍କୁ ପଦୋନ୍ନତି ମିଳିଛି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି

ରାଜ୍ୟ ସରକାର ୩୫ ଜଣ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି । ଆପେକ୍ସ ସ୍କେଲ୍‌, ପ୍ରମୁଖ ସଚିବ, ସୁପର୍ ଟାଇମ୍ ସ୍କେଲ୍‌, ସିଲେକ୍ସନ୍ ଗ୍ରେଡ୍‌, ଜୁନିୟର୍ ଆଡମିନ୍‌ଷ୍ଟ୍ରେଟିଭ୍ ଗ୍ରେଡ୍ ଓ ସିନିୟର୍ ଟାଇମ୍ ସ୍କେଲ୍ ପାହ୍ୟାର ଅଧିକାରୀଙ୍କୁ ପଦୋନ୍ନତି ମିଳିଛି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗରେ ପ୍ରମୁଖ ସଚିବ ଥିବା ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ଶ୍ରୀ ଚୋପ୍ରା ପୂର୍ବପରି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ୧୯୯୬ ବ୍ୟାଚ୍ ଅଧିକାରୀ ଶାସ୍ୱତ ମିଶ୍ର, ବୀର ବିକ୍ରମ ଯାଦବ ଓ ବିଶାଲ ଦେବଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ଉନ୍ନୀତ କରାଯାଇଛି । ୨୦୦୫ ବ୍ୟାଚ୍‌ର ୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ସୁପର୍ ଟାଇମ୍ ସ୍କେଲ୍‌କୁ ପଦୋନ୍ନତି ଦିଆଯାଇଛି । ଭିନିଲ୍ କ୍ରିଷ୍ଣା, ରତ୍ନାକର ରାଉତ, ଦାଶରଥୀ ଶତପଥୀ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଅଞ୍ଜନ କୁମାର ମାଣିକ, ବୃନ୍ଦାବନ ବେହେରା, ସୁରେଶ ଚନ୍ଦ୍ର ଦଳାଇ ଓ ଦେବେନ୍ଦ୍ର କୁମାର ଜେନାଙ୍କୁ ଉପରୋକ୍ତ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଅପରପକ୍ଷେ ୨୦୦୮ ବ୍ୟାଚ୍‌ର ୧୨ ଜଣ ଆଇଏଏସ୍ ଅଧିକାରୀ ସିଲେକ୍ସନ୍ ଗ୍ରେଡ୍ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି । ଭୁପିନ୍ଦର ସିଂହ ପୁନିଆ, ଯାମିନୀ ଷଡ଼ଙ୍ଗୀ, ଏମ୍ ମଥୁକୁମାର, ବି ପରମେଶ୍ୱରନ୍‌, ଗୁହା ପୁନମ ତାପସ କୁମାର, ମାଗୁଣି ଚରଣ ପାତ୍ର, ବୃନ୍ଦାବନ ବେହେରା, ଧନଞ୍ଜୟ ହେମ୍ବ୍ରମ୍‌, ଗଙ୍ଗାଧର ପାତ୍ର, ପବିତ୍ର ମଣ୍ଡଳ, ସୁନୀଲ କୁମାର ନାୟକ ଓ ବଟକୃଷ୍ଣ ଦେହୁରୀ ପଦୋନ୍ନତି ପାଇଛନ୍ତି । ୨୦୧୨ ବ୍ୟାଚ୍ ଅଧିକାରୀ ଅନୁପମ୍ ଶାହା, ନିଖିଲ ପବନ କଲ୍ୟାଣ, ମନିଶ ଅଗ୍ରୱାଲ, ଭିନିତ ଭରଦ୍ୱାଜ, ଡ଼ ପୋମା ଟୁଡୁ, ସ୍ମୃତି ରଞ୍ଜନ ପ୍ରଧାନ, ସିଦ୍ଧାର୍ଥ ଦାସଙ୍କୁ ଜୁନିୟର୍ ଆଡମିନଷ୍ଟ୍ରେଟିଭ୍ ଗ୍ରେଡ୍‌କୁ ପଦୋନ୍ନତି ମିଳିଛି । ଅପରପକ୍ଷେ ୨୦୧୭ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ପି ଅନ୍ୱେଶ ରେଡ୍ଡୀ, ପାଟିଲ ଆଶିଷ ଇଶ୍ୱର, ଦିବାକର ଟି.ଏସ୍ ଏବଂ ହେମକାନ୍ତ ସଏ ସିନିୟର୍ ଟାଇମ୍ ସ୍କେଲ୍‌କୁ ଯାଇଛନ୍ତି । ପଦୋନ୍ନତି ପାଇଥିବା ସମସ୍ତ ଅଧିକାରୀ ପୂର୍ବଭଳି ନିଜ ପଦବୀରେ କାର୍ଯ୍ୟ କରିବେ ।

Show More

Related Articles

Back to top button