ଓଡ଼ିଶା

ସାନିଟାଇଜ ହେଲା ଶ୍ରୀମନ୍ଦିର ଭିତର ଓ ବାହାର ଅଞ୍ଚଳ

ଆଜି ରବିବାର ହେତୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା ଜଗା ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନର ନୂଆ ଗାଇଡ଼ଲାଇନ୍ ଅନୁସାରେ ପ୍ରତି ରବିବାର ଓ ବିଶେଷ ପର୍ବପର୍ବାଣୀ ଦିନମାନଙ୍କରେ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ହୋଇଛି ।

ଆସନ୍ତାକାଲି ପୁନର୍ବାର ଦର୍ଶନ ଆରମ୍ଭ ହେବା ପୂର୍ବରୁ ଆଜି ଶ୍ରୀମନ୍ଦିରର ଭିତର ଓ ବାହାର ଅଞ୍ଚଳକୁ ସାନିଟାଇଜ କରାଯାଇଛି । ପୁରୀ ଅଗ୍ନିଶମ ବିଭାଗର ଆଗ୍ନିକମାନେ ଜୋତାଷ୍ଟାଣ୍ଡ ଓ ବ୍ୟାରିକେଡ଼ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ବାଇଶିପାହାଚ ସମେତ ଚତୁଃପାଶ୍ୱର୍କୁ ସାନିଟାଇଜ କରିଛନ୍ତି ।

Show More

Related Articles

Back to top button