Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜି ରାଜକୋଟ ଏମ୍ସର ଭିତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଗୁଜରାଟର ରାଜକୋଟଠାରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସର ଶିଳାନ୍ୟାସ କରିବେ । ସେ ଦିନ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନ୍ଫଶରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପନ୍ନ ହେବ । ଏହି କାର୍ଯ୍ୟକ୍ରମରେ ଗୁଜରାଟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ରହିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଗୁଜରାଟର ରାଜକୋଟଠାରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସର ଶିଳାନ୍ୟାସ କରିବେ । ସେ ଦିନ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନ୍ଫଶରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପନ୍ନ ହେବ । ଏହି କାର୍ଯ୍ୟକ୍ରମରେ ଗୁଜରାଟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ରହିବେ । ରାଜକୋଟର ଏହି ପ୍ରସ୍ତାବିତ ଏମ୍ସ ପ୍ରକଳ୍ପ ପାଇଁ ୨୦୧ ଏକର ଜମି ଯୋଗାଇ ଦିଆଯାଇଛି । ମୋଟ ୧୧୯୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରତିଷ୍ଠାନ ନିର୍ମିତ ହେବ ଏବଂ ଏହାର ନିର୍ମାଣ କାର୍ଯ୍ୟ ୨୦୨୨ ମଧ୍ୟଭାଗ ସୁଦ୍ଧା ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ଅତ୍ୟାଧୁନିକ ଏହି ହସ୍ପିଣଟାଲରେ ୭୫୦ ଶଯ୍ୟା ରହିବ ଏବଂ ଏଥିରେ ସ୍ୱତନ୍ତ୍ରଭାବେ ୩୦ ଶଯ୍ୟା ବିଶିଷ୍ଟ ଏକ ଆୟୁଷ ବ୍ଲକ କାର୍ଯ୍ୟ କରିବ । ଏହି ଏମ୍ସରେ ୧୨୫ ଏମବିବିଏସ ଏବଂ ୬୦ ନର୍ସିଂ ସିଟ୍ ରହିବ ।

Show More

Related Articles

Back to top button