କଳା ସଂସ୍କୃତି ଓ ସାହିତ୍ୟକାଳିପୂଜାଦେଶପୂଜା ପାର୍ବଣଭକ୍ତି

ଅଯୋଧ୍ୟା ଦୀପତ୍ସୋବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ,ଜଳାଇବେ ୫ଟି ଦୀପ

ଦିନକ ପରେ ଦୀପାବଳି । ଚଳିତ ବର୍ଷ ଅଯୋଧ୍ୟାରେ ସ୍ୱତନ୍ତ୍ର ଭାବେ ପାଳିତ ହେବ ଦୀପତ୍ସୋବ । ଏହି ଅବସରରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ରାମଲଲା ବିରଜମାନ ସାମ୍ନାରେ ଜଳାଇବେ ୫ଟି ସ୍ୱତନ୍ତ୍ର ଦୀପ । ଏହାପରେ ପ୍ରଧାନମନ୍ତ୍ରୀ ନିର୍ମାଣାଧିନ ରାମ ମନ୍ଦିରର ଗର୍ଭଗୃହଠାରେ ସ୍ଥାପନ କରାଯାଇଥିବା ‘ଧର୍ମଧ୍ୱଜ’ ସାମ୍ନାରେ ମଧ୍ୟ ଦୀପ ଜଳାଇବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଗର୍ଭଗୃହରେ ଯେଉଁ ଧର୍ମଧ୍ୱଜ ସ୍ଥାପନ କରାଯାଇଛି ଏହା ସାମ୍ନାରେ ସକାଳ ସନ୍ଧ୍ୟାରେ ପୂଜା କରାଯାଉଛି । ରବିବାର ଏଠାରେ ଦୀପ ଜାଳି ମୋଦି ଦ୍ୱିପୋତ୍ସବର ଶୁଭାରମ୍ଭ କରିବେ । ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଦ୍ୱିପୋତ୍ସବରେ ସାମିଲ ହେଉଥିବାରୁ ରାମ ଭକ୍ତଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଦ୍ୱିପୋତ୍ସବ ଲାଗି ରାମଙ୍କ ପିଣ୍ଡିରେ ତିଆରି ହୋଇଥିବା ମୁଖ୍ୟ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରୀୟ ପକ୍ଷି ମୟୁର ଭଳି ପ୍ରସ୍ତୁତ କରାଯାଇଥିବା ଦୀପ ଜଳାଇ ସମାରୋହର ଶୁଭାରମ୍ଭ କରିବେ ।

Show More

Related Articles

Back to top button