Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ

ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜଧାନୀରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ସରକାରଙ୍କ କୋଭିଡ଼୍‌-୧୯ ନିୟନ୍ତ୍ରଣ ନିୟମକୁ ଭତ୍ତି କରି ଶନିବାରଠାରୁ ରାତ୍ରିକାଳୀନ ଜରୁରୀ ପରିସ୍ଥିତି ଜାରି ରହିବ । ପ୍ରତ୍ୟହ ରାତ୍ରି ୯ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ

ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜଧାନୀରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ସରକାରଙ୍କ କୋଭିଡ଼୍‌-୧୯ ନିୟନ୍ତ୍ରଣ ନିୟମକୁ ଭତ୍ତି କରି ଶନିବାରଠାରୁ ରାତ୍ରିକାଳୀନ ଜରୁରୀ ପରିସ୍ଥିତି ଜାରି ରହିବ । ପ୍ରତ୍ୟହ ରାତ୍ରି ୯ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଅତ୍ୟାବଶ୍ୟକୀୟ ସେବା ପାଇଁ ପ୍ରଶାସନିକ, ମ୍ୟୁନିସିପାଲ୍‌, ପ୍ରଶାସନ, ଟେଲିଫୋନ୍‌, ପୁଲିସ୍‌, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ୍‌,ଜଳଯୋଗାଣ,ପରିମଳ,ସ୍ୱିରେଜ୍‌,ଆଇଟି,ଔଷଧ ଓ ରସାୟନ ସାମଗ୍ରୀ,ଶିଳ୍ପସଂସ୍ଥା, ନିର୍ମାଣ, ଅତିଥିସେବା, ଯୋଗାଉଥିବା ହୋଟେଲ୍ ଇତ୍ୟାଦି, ଗମନାଗମନ, ପେଟ୍ରୋଲ୍ ଫମ୍ପ୍‌, ଢାବା ଏବଂ ଗଣମାଧ୍ୟମ ଇତ୍ୟାଦିକୁ ନାଇଟ୍ କର୍ଫ୍ୟୁରୁ ବାଦ୍ ଦିଆଯାଇଅଛି ।

ତେଣୁ ଏହିସବୁ ନିୟବଣ କାର୍ଯ୍ୟକୁ ସୂଚାରୁରୂପେ କରିବା ପାଇଁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ଜାରି ରହିବ । ନାଇଟ୍ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକୀୟ ସେବା ପାଇଁ ଚଳାଚଳ କରୁଥିବା ଯାନ ଗୁଡ଼ିକୁ ନିଜର ଟିକଟ, କାଗଜପତ୍ର ଏବଂ ପ୍ରମାଣପତ୍ର ଦେଖାଇ ଯାଇପାରିବେ । ନିୟମ ଅନୁସାରେ ବିଭିନ୍ନ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନର କର୍ମଚାରୀମାନେ କର୍ତୃପକ୍ଷ ଦେଇଥିବା ପରିଚୟ ପତ୍ର ଦେଖାଇ ଯାଇପାରିବେ ।

ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଆଇନ୍ ମୁତାବକ ପଦକ୍ଷେପ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଅଛି । ଆଜିଠାରୁ ସଚେତନତା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ହୋର୍ଡ଼ିଂ ଲଗାଇବା କାର୍ଯ୍ୟ ସାଙ୍ଗକୁ ସମସ୍ତ ୱାର୍ଡ଼ ଅଫିସ୍‌ରେ କୋଭିଡ଼୍ ସଚେତନତା ବାର୍ତା ପ୍ରଦର୍ଶନ କରାଇବା ଆରମ୍ଭ ହୋଇଛି । ବିଏମ୍ ସି ପକ୍ଷରୁ ସଚେତନତା ବାର୍ତ୍ତା ଦେଉଥିବା ଗାଡ଼ି ଗୁଡ଼ିକୁ ସହରର ବିଭିନ୍ନ ସ୍ଥାନରେ ବୁଲାଇ ପ୍ରଚାର କରାଯାଉଛି ।

Show More

Related Articles

Back to top button