Breaking PLUSଓଡ଼ିଶାଖେଳଦେଶ ବିଦେଶମୁଖ୍ୟ ଖବର

୨୫ ଜଣିଆ ମହିଳା ହକି ଦଳର ଜାତୀୟ ଶିବିରରେ, ଓଡ଼ିଶାରୁ ୫ ଜଣ ସାମିଲ

ଆଜିଠୁ ବେଙ୍ଗାଲୁରୁର ସାଇ କେନ୍ଦ୍ରରେ ଭାରତୀୟ ସିନିୟର ମହିଳା ହକି ଦଳର ଜାତୀୟ ଶିବିର ଆରମ୍ଭ ହେବ । ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୨୫ ଜଣିଆ ଦଳ ଚୟନ କରାଯାଇଛି । ଏହି ଦଳରେ ଟୋକିଓ ଅଲିମ୍ପିକ୍ସ ଦଳରେ ସାମିଲ ଥିବା ସମସ୍ତ ଖେଳାଳି ସାମିଲ ରହିଛନ୍ତି । ଓଡ଼ିଶାରୁ ମୋଟ୍‌ ୫ ଜଣ ଦଳରେ ସାମିଲ ହୋଇଛନ୍ତି । ସେମାନେ ହେଲେ ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ଲିଳିମା ମିଞ୍ଜ, ରଶ୍ମିତା ମିଞ୍ଜ ଓ ମାରିଆନା କୁଜୁର ।

ଦୀପଗ୍ରେସ ୧୬ ଜଣିଆ ଅଲିମ୍ପିକ୍ସ ଦଳରେ ସାମିଲ ରହିଥିଲେ । ସେ ଦଳର ଉପ ଅଧିନାୟିକା ନିଯୁକ୍ତ ହୋଇଥିଲେ । ସେମିତି ନମିତା ଅତିରିକ୍ତି ଖେଳାଳି ଭାବେ ଦଳ ସହ ଟୋକିଓ ଯାତ୍ରା କରିଥିଲେ । ଲିଳିମା, ରଶ୍ମିତା ଓ ମାରିଆନାଙ୍କୁ ଶିବିରରେ ସାମିଲ କରାଯାଇଛି । ଶିବିର ଅକ୍ଟୋବର ୨୦ ତାରିଖ ଶେଷ ହେବ ।

୨୫ ଜଣିଆ ଦଳ : ସବିତା, ରଜନୀ ଏଟିମାର୍ପୁ, ଦୀପଗ୍ରେସ ଏକ୍କା, ରିନା ଖୋଖର, ମନପ୍ରୀତ କୌର, ଗୁରଜିତ କୌର, ନୀଶା, ନିକି ପ୍ରଧାନ, ମୋନିକା, ନେହା, ଲିଳିମା ମିଞ୍ଜ, ସୁଶୀଳା ଚାନୁ, ନମିତା ଟପ୍ପୋ, ରାଣୀ, ବନ୍ଦନା କାଟାରିଆ, ନଭଜୋତ କୌର, ନଭନୀତ କୌର, ରାଜୱିନ୍ଦର କୌର, ଉଦିତା, ରଶ୍ମିତା ମିଞ୍ଜ, ଜ୍ୟୋତି, ଗଗନଦୀପ କୌର, ମାରିଆନା କୁଜୁର, ସୁମନ ଦେବୀ ଓ ମହିମା ଚୌଧୁରୀ

Show More

Related Articles

Back to top button