ଓଡ଼ିଶାଦେଶପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଅତ୍ୟନ୍ତ ଚିତାକର୍ଷକ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ନୀତିକାନ୍ତି ବଢ଼ି ଅବକାଶ ନୀତି ପରେ ମହାପ୍ରଭୁ ବାଙ୍କଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି । ତେବେ ଆଜିର ଦିନରେ ମହାପ୍ରଭୁଙ୍କ ଏହି ଚିତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି, ତାଙ୍କୁ ଅପାର ଆନନ୍ଦ ଲାଭ ସହ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତିମିଳେ ବୋଲି ବିଶ୍ୱାସ ରହିଛି । ଯେତେବେଳେ ଅକ୍ରୁର ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ ଗୋପପୁରକୁ ଯାଇଥିଲେ ସେ ସମୟରେ ବ୍ରଜ ଦାଣ୍ଡରେ ଶ୍ରୀକୃଷ୍ଣଙ୍କୁ ଏହି ବେଶରେ ଦର୍ଶନ କରିଥିଲେ ଅକ୍ରୁର । ସେହି ସ୍ମୃତିରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଆସୁଛି । ଏହି ବେଶରେ ଠାକୁର ମାନେ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଚୁଡା ମଧ୍ୟ ଧାରଣ କରିଥାନ୍ତି । ମସ୍ତକରେ ଏହି ଚୁଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ । ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୁଡ଼ ବେଶ କୁହାଯାଏ ।

Show More

Related Articles

Back to top button