ଓଡ଼ିଆ ଗଳ୍ପଓଡ଼ିଶା

ଶେଷ ଅଳି,,,,,,,,

କିଛି ଅଳି ମୋର ବାକି ରହିଗଲା
କହି ନପାରିଲି ହେ ମଙ୍ଗଳମୟ
ସରି ସରି ଆସେ ଜୀବନର ଖେଳ
ଶେଷ ବେଳେ ସାହା କରିବା ହୁଅ,

କିଏ ଯାଣେ ଆଉ କେତେ ଘଡି ବାକି
ଚାଲୁଚି ନିଶ୍ବାସ ଅଟକି ଯିବ
ଶେଷ ନfଶ୍ୱାସ ଗଲାବେଳେ ମୋର
ବିଶ୍ବରୂପ ଥରେ ଦର୍ଶନ ଦେବ,

ମାଗିବାକୁ କେବେ ଚିନ୍ତାକଲେ ମନେ
ଯାଚିଗୁଞ୍ଜି ମୋର ଦେଇଛ ହାତେ
କି ମାଗିବି ଆଉ ତୁମକୁ ପ୍ରଭୁ ହେ
ଏ ଶେଷ ବେଳରେ ଜଗତ ନାଥେ?

ଆଶା ରହିଗଲା ଅବଢା ଅନ୍ନରେ
ଟଙ୍କ ତୋରାଣୀ ରୁ ପିଅନ୍ତି ମୁନ୍ଦେ
ଗରୁଡ ପଛରେ ଠିଆ ହୋଇ ଥରେ
ଅହରହ ନାମ ଜପନ୍ତି ତୁଣ୍ଡେ,

ଭକତ ଗହଳି,ସଙ୍ଖ ହୁଳହୁଳି
ଜୟ ଜଗନ୍ନାଥ ଶୁଅନ୍ତି କର୍ଣେ
ଚକା ଆଖିରେ ମୋ ଆଖି ମିଶାଇ
ଅଶ୍ରୁ ବୋହୁଥାନ୍ତା ବେନି ନୟନେ,

ଲକ୍ଷ୍ମୀ ସାଆନ୍ତାଣୀ,ମା ବିମଳା ଙ୍କୁ
କରନ୍ତି ଦର୍ଶନ ଆନନ୍ଦ ମନେ
ମଗଜ ଲଡୁରେ ମନ ରହିଗଲା
ଭାଗ୍ୟେ କି ଯୁଟିବ ଏଇ ଜୀବନେ?

ଆଶା ବାନ୍ଧି ଆଶା ମଉଳି ଯାଉଚି
ଅବଶ ଶରୀର ପାରୁନି ଯାଇ
ଦୂରୁ ଥାଇ ମୋର ପ୍ରଣାମ ଘେନ ହେ
ଜଗତ କରତା କଳା ଗୋସାଇଁ,

ପାହିବାକୁ ରାତି ଅଳପ ତ ବାକି
କାଲିର ସୂରୁଯ ନଦେଖା ମତେ
ତୁଣ୍ଡେ ତୁମ ନାମ,ଥାଇ ଯାଉ ପ୍ରାଣ
ଶେଷ ଅଳି ମୋର ରଖ ସାଆନ୍ତେ,,,,,,

।।ପ୍ରଶାନ୍ତ ପତି।।ଜଗତସିଂହପୁର।

Show More

Related Articles

Back to top button