Breaking PLUSଓଡ଼ିଶାମୁଖ୍ୟ ଖବର

ବଢୁଛି କରୋନା ସଂକ୍ରମଣ, ରେଳଷ୍ଟେସନ ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଆର୍ଲଟ କଲା ସ୍ବାସ୍ଥ୍ୟ ବିଭାଗ

ବିଭିନ୍ନ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ପୁଣି ବୃଦ୍ଧି ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିମାନବନ୍ଦର, ରେଳଷ୍ଟେଶନଗୁଡ଼ିକରେ ଏହି ମହାମାରୀ ଯେପରି ନ ବ୍ୟାପିବ ସେଥିଲାଗି ପ୍ରସ୍ତୁତ ରହିବାକୁ ଗୁରୁବାର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ବିଜୁ ପଟ୍ଟନାୟକ ବିମାନବନ୍ଦର ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି।

ବିଭିନ୍ନ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ପୁଣି ବୃଦ୍ଧି ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିମାନବନ୍ଦର, ରେଳଷ୍ଟେଶନଗୁଡ଼ିକରେ ଏହି ମହାମାରୀ ଯେପରି ନ ବ୍ୟାପିବ ସେଥିଲାଗି ପ୍ରସ୍ତୁତ ରହିବାକୁ ଗୁରୁବାର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ବିଜୁ ପଟ୍ଟନାୟକ ବିମାନବନ୍ଦର ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି। ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡିଗଡ, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ନାଟକ ଏବଂ ଆନ୍ଧ୍ର ପ୍ରଦେଶ ଭଳି ୧୨ ରାଜ୍ୟରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିମାନବନ୍ଦର, ରେଳଷ୍ଟେଶନଗୁଡ଼ିକରେ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ସହ ଜ୍ୱର, ଛିଙ୍କ ଭଳି ଲକ୍ଷଣ ଦେଖାଦେଲେ ସମ୍ପୃକ୍ତ ଯାତ୍ରୀଙ୍କର ରାପିଡ୍‌ ଆଣ୍ଟିଜେନ ଟେଷ୍ଟ କରିବାକୁ କୁହାଯାଇଛି। ଯଦି କୋଭିଡ୍‌ ସଂକ୍ରମିତ ଜଣାପଡ଼ିବେ ସମ୍ପୃକ୍ତ ଯାତ୍ରୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟକୁ କୋଭିଡ୍‌ ସଂକ୍ରମଣ ମୁକ୍ତ ରଖିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଚିଠିରେ ଜଣାଇ ଦିଆଯାଇଛି।

Show More

Related Articles

Back to top button