Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଆଇସିୟୁରେ ଭର୍ତ୍ତି ହେଲେ ମହାନ ଭାରତୀୟ ଧାବକ ମିଲ୍‌ଖା ସିଂହ

ମହାନ ଭାରତୀୟ ଧାବକ ମିଲ୍‌ଖା ସିଂହ ଆଇସିୟୁରେ ଭର୍ତ୍ତି। ତାଙ୍କୁ ପିଜିଆଇଏମଇଆର କୋଭିଡ୍‌ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। । ଏନେଇ ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ଏଜୁକେସନ ଆଣ୍ଡ ରିସର୍ଚ୍ଚର ପ୍ରବକ୍ତା ପ୍ରୋଫେସର ଅଶୋକ କୁମାର ସୂଚନା ଦେଇଛନ୍ତି।

୯୧ ବର୍ଷୀୟ ମିଲ୍‌ଖା ସିଂହଙ୍କ ଅକ୍ସିଜେନ୍‌ ସ୍ତର ତଳକୁ ଖସିଆସିଥିଲା । ତାପରେ ତାଙ୍କୁ ଏବେ ଆଇସିୟୁକୁ ନିଆଯାଇଛି ବୋଲି ସେ କହିଛନ୍ତି। ଏବେ ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ମହାନ ଆଥଲେଟ୍‌ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ। ତାପରେ ତାଙ୍କ ପତ୍ନୀ ନିର୍ମଳ କୌରଙ୍କୁ ମଧ୍ୟ କରୋନା ହୋଇଥିଲା। ଦୁଇ ଜଣ ଏବେ ହସ୍ପିଟାଲରେ ଅଛନ୍ତି। ଗତ ସପ୍ତାହରେ ମିଲ୍‌ଖା ସିଂହ କରୋନା ସଂକ୍ରମିତ ହୋଇଥିଲେ। ପ୍ରଥମେ ଘରେ ଆଇସୋଲେସନ୍‌ରେ ଥିଲେ। ପରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ତାଙ୍କ ପୁଅ ଜୀବ୍‌ ମିଲ୍‌ଖା ସିଂହ ଦୁବାଇରୁ ଫେରିଆସିଥିଲେ।

Show More

Related Articles

Back to top button