Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଜାରି ରହିଛି ଆସାମରେ ଅନ୍ତିମ ପର୍ଯ୍ୟାୟ ଲଢ଼େଇ, ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ଭୋଟିଂ

ଆଜି ଆସାମରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଭୋଟିଂ । ଆଜି ଆସାମର ୧୨ ଜିଲ୍ଲାର ୪୦ ବିଧାନସଭା ଆସନରେ ନିର୍ବାଚନ ହେଉଛି । ଏହି ପର୍ଯ୍ୟାୟରେ ୩୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୯ ଲକ୍ଷ ଭୋଟର । ଏହି ପର୍ଯ୍ୟାୟରେ ୨୦ ଜଣ ବିଧାୟକ ଭାଗ୍ୟ ଇଭିଏମରେ ସିଲ୍ ହେବ ।

ଏପଟେ ତୃତୀୟ ପର୍ଯ୍ୟାୟ ପଶ୍ଚିମବଙ୍ଗ ପାଇଁ ମତଦାନ ଚାଲିଛି । ହାଓ୍ୱଡା, ଦକ୍ଷିଣ ୨୪ ପ୍ରଗଣା ଓ ହୁଗୁଳି ଜିଲ୍ଲାର ୩୧ ଆସନରେ ଭୋଟିଂ ଚାଲିଛି । ମୈଦାନରେ ଅଛନ୍ତି ୨୦୫ ପ୍ରାର୍ଥୀ । ମତାଧିକାର ସାବ୍ୟସ୍ତ କରିବେ ୭୮ ଲକ୍ଷ ଭୋଟର । ଏହି ପର୍ଯ୍ୟାୟରେ ଶ୍ୟାମପୁର, ତାରକେଶ୍ୱର ଓ ଡାଇମଣ୍ଡ ହାର୍ବର ସିଟ୍ ଉପରେ ନଜର ରହିବ । ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହେବ ।

Show More

Related Articles

Back to top button