Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଆଉ ଅଳ୍ପ ସମୟ ମଧ୍ୟରେ ଆରମ୍ଭ ହେବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମୁକାବିଲା

ଆଜି ବିଶ୍ବ ଟେଷ୍ଟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍। ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ଟାଇଟଲ୍ ପାଇଁ ହେବ କଡା ମୁକାବିଲା। ଜୁନ୍ ୧୮ରୁ ସାଉଥମ୍ପଟନର ହାମ୍ପସାୟାର ବାଉଲରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍।

ଆଜି ବିଶ୍ବ ଟେଷ୍ଟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍। ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ଟାଇଟଲ୍ ପାଇଁ ହେବ କଡା ମୁକାବିଲା। ଜୁନ୍ ୧୮ରୁ ସାଉଥମ୍ପଟନର ହାମ୍ପସାୟାର ବାଉଲରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍। ବିଶ୍ବ ଟେଷ୍ଟର ଶ୍ରେଷ୍ଠ ୯ଟି ଦଳ ମଧ୍ୟରେ ଅଗଷ୍ଟ ୧, ୨୦୧୯ରୁ ଆରମ୍ଭ ହୋଇଥିବା ଏହି ଚାମ୍ପିଅନସିପରେ ଫାଇନାଲ୍ ସ୍ପଟ୍ ପାଇଁ ହୋଇଥିଲା ଜୋରଦାର ସଂଘର୍ଷ। ଦୁଇ ବର୍ଷ ଧରି କଡା ଟକ୍କର ଦେଖିବାକୁ ମିଳିଥିଲା। ଖେଳାଯାଇଥିବା ସିରିଜର ପଏଣ୍ଟ ବେସିସ୍‌ରେ ଫାଇନାଲ୍ ଲଢେଇ ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ଯୋଗ୍ୟତା ହାସଲ କରିଛନ୍ତି। ଭାରତ ସର୍ବାଧିକ ୫୨୦ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ କିଓ୍ବି ଦଳ ୪୨୦ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡକୁ ମାତ ଦେବାକୁ ବିରାଟ ବାହିନୀ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଗେମପ୍ଲାନ୍‌।

ଟାଇଟଲ୍ ହାତେଇବା ପାଇଁ ଫାଇନାଲ୍ ମ୍ୟାଚରେ ଦୁଇ ଦଳ ନିଜର ବେଷ୍ଟ ଅପସନ୍ ସହ ପଡିଆକୁ ଓହ୍ଲାଇବେ। ଉଭୟ ଦଳରେ ବ୍ୟାଟିଂ ଓ ବୋଲିଂ ଲାଇନଅପ୍ ମଜଭୁତ ରହିଛି। ତେଣୁ ଭାରତ କ୍ବିଓ୍ବି ଦଳକୁ ପରାସ୍ତ କରିବାକୁ ହେଲେ ଅଧିନାୟକ ବିରାଟ କୋହଲି , ରୋହିତ ଶର୍ମା, ଚେତେଶ୍ବର ପୁଜାରା, ଜସପ୍ରିତ୍ ବୁମରା, ଓ ମହମ୍ମଦ ସାମିଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ। ଓ୍ବିକେଟ କିପର ରିଷଭ୍ ପନ୍ଥ ଅଷ୍ଟ୍ରେଲିଆ ସିରିଜରୁ ଚମତ୍କାର ଫର୍ମରେ ଅଛନ୍ତି। ସେହିପରି ଦଳର ବୋଲିଂ ଲାଇନ୍ ବୁମରା, ସାମି, ଇଶାନ୍ତଙ୍କ ଉପରେ ନିର୍ଭର କରିବ। ସ୍ପିନ୍ ଭାର ସମ୍ଭାଳିବେ ଅଶ୍ବିନୀ ଓ ଜାଡେଜା। ସେପଟେ ଟାଇଟଲ୍ ଦଖଲ କରିବା ପାଇଁ ଜୋର ଲଗାଇବ ନ୍ୟୁଜିଲାଣ୍ଡ। ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଦଳ। ନ୍ୟୁଜିଲାଣ୍ଡ ତାର ‘ଫାଇନାଲ୍’ ଦୁର୍ଭାଗ୍ୟ ଦୂର କରିବା ଆଶାରେ ରହିବ। ଏକଦିବସୀୟ ବିଶ୍ବକପ୍ ଭଳି ଫାଇନାଲ୍‌ ଲଢ଼େଇରେ ନଝୁଣ୍ଟି ବିଜେତା ହେବାକୁ ନିଶ୍ଚିତ ଆପ୍ରାଣ ଉଦ୍ୟମ କରିବ ଦଳ।

ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ବିଜେତା ଦଳକୁ ଭାରତୀୟ ମୁଦ୍ରାରେ ପ୍ରାୟ ୧୧.୭୨ କୋଟି ଟଙ୍କା ଏବଂ ଉପବିଜେତା ଦଳକୁ ପାଖାପାଖି ୫.୮୬ କୋଟି ଟଙ୍କା ମିଳିବ।

Show More

Related Articles

Back to top button