Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଚିନ୍ତା ବଢାଉଛି କରୋନା ମୃତ୍ୟୁସଂଖ୍ୟା, ଗତ ୨୪ ଘଣ୍ଟାରେ ୩୫୪ ଜଣ ସଂକ୍ରମିତଙ୍କ ମୃତ୍ୟୁ

ଦେଶରେ ଏବେ କରୋନାର ଦୈନିକ ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଇଲାଣି । ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩୫୪ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୨୭୧ । ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୬୨ହଜାର ୪୬୮କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୫୩ହଜାର ୪୮୦ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୪୧ହଜାର ୨୮୦ ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୨୧ଲକ୍ଷ ୪୯ହଜାର ୩୩୫କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୧କୋଟି ୧୪ଲକ୍ଷ ୩୪ହଜାର ୩୦୧ ସଂକ୍ରମିତ । ଏବେ ଦେଶରେ ୫ଲକ୍ଷ ୫୨ହଜାର ୫୬୬କୁ ବୃଦ୍ଧି ପାଇଛି କୋଭିଡ୍ ଆକ୍ଟିଭ କେସ୍ ।

ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ସଂକ୍ରଣ ବଢୁଛି । ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ୮୦ ପ୍ରତିଶତରୁ ଅଧିକ କେବଳ ଏସବୁ ରାଜ୍ୟରୁ ଚିହ୍ନଟ ହେଉଛନ୍ତି । ସେହିପରି ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡ଼ରେ ଅଧିକ କରୋନାରେ ପ୍ରାଣ ହରାଉଛନ୍ତି ।

Show More

Related Articles

Back to top button