Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର
ଦୁଇଟି ପର୍ଯ୍ୟାୟରେ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା
୨୦୨୧-୨୨ ଶିକ୍ଷା ବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଓ ପରୀକ୍ଷା ସୁପରିଚାଳନା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଆଗୁଆ ପଦକ୍ଷେପ ନେଇଛି ।

୨୦୨୧-୨୨ ଶିକ୍ଷା ବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଓ ପରୀକ୍ଷା ସୁପରିଚାଳନା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଆଗୁଆ ପଦକ୍ଷେପ ନେଇଛି ।
ସିବିଏସଇ ଦର୍ଶାଇଛି ଯେ, ଚଳିତ ବର୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ବର୍ଷରେ ଦୁଇଟି ପର୍ଯ୍ୟାୟରେ ହେବ । ତେଣୁ ଚଳିତ ବର୍ଷର ପିଲାଙ୍କ ତଥ୍ୟ ତୁରନ୍ତ ବୋର୍ଡ ନିକଟରେ ଦାଖଲ କରିବାକୁ ସିବିଏସ୍ଇ ସ୍କୁଲଗୁଡିକୁ ନିର୍ଦ୍ଦେଶ ଦେଇଛି । ନଭେମ୍ୱରରୁ ଡିସେମ୍ୱର ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବାକୁ ସ୍ଥିର କରାଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ଆୟୋଜନ କରିବାକୁ ଯୋଜନା କରାଯାଉଥିବା ସିବିଏସ୍ଇ କହିଛି । ତେଣୁ ପରୀକ୍ଷା ଦେବାକୁ ଥିବା ପିଲାଙ୍କ ବିସ୍ତୃତ ତାଲିକା ସ୍କୁଲ ସ୍ତରରେ ପ୍ରସ୍ତୁତ କରିବାକୁ ବୋର୍ଡ଼ ସ୍କୁଲ ଗୁଡ଼ିକୁ କହିଛି ।