ଓଡ଼ିଶାମୁଖ୍ୟ ଖବର

ମିଳିଲା ନିଖୋଜ ଓଡ୍ରାଫ୍‌ କର୍ମଚାରୀଙ୍କ ମୃତଦେହ

ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୨୪ ଘଣ୍ଟା ପରେ ମିଳିଲା ନିଖୋଜ ଓଡ୍ରାଫ୍‌ କର୍ମଚାରୀଙ୍କ ମୃତଦେହ । ଚୌଦ୍ବାର ଥାନା କଖଡି ମାହଳାପଡା ଘାଟ ନିକଟରୁ ମିଳିଛି ତାଙ୍କ ମର ଶରୀର । ୨ ଜଣ ଗାଁ ଲୋକ ସୀତାରାମ ମୁର୍ମୁଙ୍କ ମୃତ ଦେହ ଉଦ୍ଧାର କରିଥିବା ସୂଚନା ମିଳିଛି । ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି । ଗତକାଲି ମୁଣ୍ଡଳି ବୋଟ୍ ଟ୍ରାଜେଡି ଘଟଣା ପରଠାରୁ ସେ ନିଖୋଜ ଥିଲେ । ଦୁଃସାହାସିକତାର ସହ ହାତୀର ଜୀବନ ବଞ୍ଚାଇବାକୁ ଯାଇ ସେ ଶହୀଦ ହୋଇଛନ୍ତି ।

Show More

Related Articles

Back to top button