Breaking PLUSଓଡ଼ିଶାଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ମାର୍ଚ୍ଚ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ, ସମୟ ପୂର୍ବରୁ ଶେଷ କରିନିଅନ୍ତୁ ଜରୁରୀ କାର୍ଯ୍ୟ

ମାର୍ଚ୍ଚ ମାସରେ ଭାରତରେ ବ୍ୟାଙ୍କଗୁଡ଼ିକ ପାଖାପାଖି ୧୧ ଦିନ ବନ୍ଦ ରହିବାକୁ ଯାଉଛି । ଫଳରେ ଗ୍ରାହକମାନେ ଏହି ଦିନ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ହେବେ । ସେମାନେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ର ଫାଇଦା ଉଠାଇ ପାରିବେ

ମାର୍ଚ୍ଚ ମାସରେ ଭାରତରେ ବ୍ୟାଙ୍କଗୁଡ଼ିକ ପାଖାପାଖି ୧୧ ଦିନ ବନ୍ଦ ରହିବାକୁ ଯାଉଛି । ଫଳରେ ଗ୍ରାହକମାନେ ଏହି ଦିନ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ହେବେ । ସେମାନେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ର ଫାଇଦା ଉଠାଇ ପାରିବେ । ରିପୋର୍ଟ ମୁତାବକ ମାର୍ଚ୍ଚ ୧୧ରେ ମହାଶିବରାତ୍ରି ଏବଂ ୨୯ରେ ହୋଲି ଉତ୍ସବ ପାଳିତ ହେବ । ଫଳରେ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ । ଏହାବ୍ୟତୀତ ମାର୍ଚ୍ଚରେ ମୋଟ ୪ଟି ରବିବାର ପଡୁଛି । ମାର୍ଚ୍ଚ ୧୩ ଓ ୨୭ ଦ୍ୱିତୀୟ ଓ ଚତୁର୍ଥ ଶନିବାର ପଡୁଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

ମାର୍ଚ୍ଚ ୧୫ ଓ ୧୬ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବାକୁ ଯାଉଛି । ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ବ୍ୟାଙ୍କ ସଂଘଗୁଡ଼ିକ ଏହି ଧର୍ମଘଟ ଡାକରା ଦେଇଛନ୍ତି । ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଘରୋଇକରଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଧର୍ମଘଟ ଯୋଗୁ ବ୍ୟାଙ୍କଗୁଡ଼ିକ ଲଗାତର ୪ ଦିନ ବନ୍ଦ ରହିବ । କାରଣ ମାର୍ଚ୍ଚ ୧୩ ଦ୍ୱିତୀୟ ଶନିବାର ହୋଇଥିବା ବେଳେ ମାର୍ଚ୍ଚ ୧୪ ରବିବାର । ଅର୍ଥାତ୍‌ ଆସନ୍ତା ମାସରେ ଯଦି ଧର୍ମଘଟ କରାଯାଏ, ତେବେ ମାର୍ଚ୍ଚ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକରେ କାରବାର ବନ୍ଦ ରହିବ । ମାର୍ଚ୍ଚ ୩୦ରେ ‘ଭାଇଦୁଜ୍‌’ ପର୍ବ ପାଳନ ପାଇଁ ବ୍ୟାଙ୍କ ବନ୍ଦ ରହିପାରେ ।

Show More

Related Articles

Back to top button