ସ୍ୱାସ୍ଥ୍ୟ

ଆପଣ ଖାଉଥିବା ପନିର ଅସଲି କି ନକଲି ନିଜ ହାତରେ ପରୀକ୍ଷା କରନ୍ତୁ

କିପରି କରିବେ ପରୀକ୍ଷା-

ପନିର ଖାଇବାକୁ ଯେତିକି ସ୍ୱାଦିଷ୍ଟ ଲାଗିଥାଏ ସ୍ୱାସ୍ଥ୍ୟପକ୍ଷ ମଧ୍ୟ ସେତିକି ହିତକର ଅଟେ l ତେଣୁକରି ଭାରତରେ ସାକାହାରୀ ଭୋଜନ କରୁଥିବା ଲୋକମାନେ ପନିର ଅଧିକ ସେବନ କରି ଥାନ୍ତି l ପନିର ଅଧିକ ଖାଇବା ଦ୍ୱାରା ହାଡ ମଝବୁତ ହୋଇଥାଏ କିନ୍ତୁ ଯଦି ଏହି ପନିର ଅନ୍ୟ କୌଣସି ଜିନିଷ ତୁଳନାରେ ପୋଷକତତ୍ୱ ହରାଏ ତେବେ ହୁଏତ ଆପଣ ଏହାକୁ ଖାଇବାକୁ ଭୟ କରିବେ l କାରଣ ପ୍ରାୟ ସମସ୍ତ ଲୋକ ସୁଦ୍ଧ ଜିନିଷ ଖାଇବାକୁ ଇଛା କରି ଥାନ୍ତି l ଆସନ୍ତୁ ଆଜି ଜାଣିବା ନକଲି ପନିର କିଭଳି ହୋଇଥାଏ ଓ ନିଜକୁ କିପରି ଦୁରେଇ ରଖିପାରିବ l

* ପନିରର ଗୋଟିଏ ଛୋଟ ଖଣ୍ଡ ନେଇ ନିଜ ହାତରେ ଦଳିକି ଦେଖନ୍ତୁ ,ଯଦି ଏହି ଖଣ୍ଡଟି ଖଣ୍ଡ ଖଣ୍ଡ ହୋଇ ବିଛାଇ ହୋଇ ପଡିଗଲା ତେବେ ଜାଣିବେ ଯେ ଏହା ନକଲି ପନିର l

* ଯଦି ପନିର ଆପଣ ହାତରେ ଧରିବା ଦ୍ୱାରା ଅଧିକ ଟାଣ ଲାଗୁଛି ବୋଲି ଅନୁଭବ କଲେ ତେବେ ସେଭଳି ପନିର କେବେବି ଘରକୁ ଆଣିବେ ନାହିଁ l କାରଣ ଏହି ପ୍ରକାରର ପନିର ସ୍ୱାସ୍ଥ୍ୟପକ୍ଷ କ୍ଷତିକାରକ l

* ଯଦି ଆପଣଙ୍କ ଘରକୁ କେହି ପନିର ଆଣିଛନ୍ତି ତେବେ ତାହାର ଗୁଣ ପରଖିବା ପାଇଁ ସାମାନ୍ୟ ଗରମ କରି ନିଅନ୍ତୁ l ଯେତେବେଳେ ଥଣ୍ଡା ହୋଇଯିବ ତା ଉପରେ କିଛି ବୁନ୍ଦା ଆୟୋଡିନ ଟିଚର ପକାଇବେ ,ଯଦି ପନିରର ରଙ୍ଗ ନୀଳ ହୋଇଯାଅ ତେବେ ଭାବିନେବେ ଯେ ପନିର ନକଲି ଅଟେ l

* ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୋଷେଇ କରି ସାରିବା ପରେ ଯଦି ପନିରଟି ରବର ଭଳି ହୋଇଗଲା ତେବେ ତାହା ଶରୀର ପକ୍ଷ କ୍ଷତିକାରକ ଅଟେ l କାରଣ ଶୁଦ୍ଧ ପନିର ରୋଷେଇ ପରେ ମଧ୍ୟ ନରମ ରହିଥାଏ l

* ଶୁଦ୍ଧ ପନିରରେ ତେଲ କିମ୍ବା ଘିଅ ଅଧିକ ମାତ୍ରାରେ ଲାଗି ନଥାଏ l କାରଣ ଏଥିରୁ ସ୍ୱେଚ୍ଛାକୃତ ଭାବରେ ଗରମ ହେବା ମାତ୍ରେ ତେଲିଆ ଅଂଶ ଜାଗ୍ରତ ହୁଏ l

Show More

Related Articles

Back to top button