Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଅସହ୍ୟ ହେଲାଣି ତାତି, 40 ଡିଗ୍ରୀ ଉପରେ 15ଟି ସହରର ତାପମାତ୍ରା

ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଗତକାଲି ରାଜ୍ୟର ୧୫ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୨ .୨ ଡିଗ୍ରୀ ସହିତ ଟିଟିଲାଗଡ ସବୁଠାରୁ ଉତପ୍ତ ସହର ପାଲଟିଛି

ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଗତକାଲି ରାଜ୍ୟର ୧୫ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୨ .୨ ଡିଗ୍ରୀ ସହିତ ଟିଟିଲାଗଡ ସବୁଠାରୁ ଉତପ୍ତ ସହର ପାଲଟିଛି । ବାରିପଦାରେ ପାରଦ ୪୨ ଡିଗ୍ରୀ ଥିବା ବେଳେ ବଲାଙ୍ଗୀର ୪୧.୫, ଝାରସୁଗଡା ୪୧.୨, ହୀରାକୁଦ ୪୧ . ୧ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ପାରଦ ଥିଲା ୪୦.୫ ଡିଗ୍ରୀ । ଆସନ୍ତା ୪୮ ଘଣ୍ଟା ଭିତରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ ।

ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଏହା ସହିତ ବଲାଙ୍ଗୀର ଓ ସୋନପୁରକୁ ହିଟ ୱେଭ ୱାର୍ନିଂ ଜାରି କରାଯାଇଛି ।
ତେବେ ସକାଳ ୯ ଟାରୁ ସହର ଗୁଡିକରେ ଗରମ ପବନ ବହିବାରେ ଲାଗିଛି ଓ ଗରମ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଭୂତ ହେଉଛି ।

Show More

Related Articles

Back to top button