ବାଣିଜ୍ୟ

ଟେଲିଗ୍ରାମର ନୂଆ ଫିଚର, ଏଣିକି ମିଳିବ ଏହି ସବୁ ସୁବିଧା

ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମ ଆଣିଲା ନୂଆ ଫିଚର । ଅଟୋ-ଡିଲିଟ, ହୋମ୍ ସ୍କ୍ରିନ୍ ଓ୍ବିଜେଟ୍, ଅନଲିମିଟେଡ୍ ଗ୍ରୁପ୍ ସହ ଅନେକ ଫିଚରର ଘୋଷଣା କରିଛି ଟେଲିଗ୍ରାମ୍ । ଗତ କିଛି ସପ୍ତାହ ମଧ୍ୟରେ ଟେଲିଗ୍ରାମର ୟୁଜର୍ସ ସଂଖ୍ୟା ବୃଦ୍ଧି ପାଇଛି

ହ୍ବାଟସ ଆପ୍ ର କିଛି ଫିଚରକୁ ଟେଲିଗ୍ରାମ ଅପଡେଟ୍ କରିଛି । କାରଣ ୟୁଜର୍ସ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ ।ତେବେ ଆସନ୍ତୁ ନଜର ପକାଇବା ଟେଲିଗ୍ରାମ ଦ୍ବାରା ଘୋଷଣା କରାଯାଇଥିବା ନୂଆ ଫିଚର ଉପରେ…

ଅଟୋ-ଡିଲିଟ୍ ମେସେଜ :

ଅଟୋ-ଡିଲିଟ୍ ମେସେଜ ହ୍ବାଟସ ଆପ୍ ରେ ଫିଚର ସହ ସମାନ ଅଟେ । ଏହି ଫିଚର ୟୁଜର୍ସଙ୍କୁ ସମସ୍ତ ଟେଲିଗ୍ରାମ ଚାଟରେ ଏକ ଅଟୋ-ଡିଲିଟ୍ ଟାଇମର୍ ଆକ୍ଟିଭ କରିବାକୁ ଅନୁମତି ଦେବ । ଯାହା ମେସେଜ ପଠାଇବାର ୨୪ ଘଣ୍ଟା କିମ୍ବା ୭ ଦିନ ପରେ ସମସ୍ତ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ମେସେଜଗୁଡିକୁ ଅଟୋମେଟିକ୍ ଡିଲିଟ୍ ହୋଇଯିବ । ଅଟୋ-ଡିଲିଟ୍ ଫିଚର କେବଳ ସେହି ମେସେଜ ଉପରେ ଲାଗୁ ହେବ ଯାହା ଟାଇମର୍ ସେଟ୍ ହେବାପରେ ପଠାଯାଇଥିବ । ଆଣ୍ଡ୍ରଏଡରେ ଟାଇମର୍ ଆକ୍ଟିଭ କରିବା ପାଇଁ କ୍ଲିଅର୍ ହିଷ୍ଟ୍ରି ଉପରେ ଟ୍ୟାପ୍ କରନ୍ତୁ ଏବଂ ତାପରେ ଏକ ଟାଇମ୍ ବାଛନ୍ତୁ । ଆଇଓଏସ ପାଇଁ କ୍ଲିୟର ଚାଟ୍ ବାଛନ୍ତୁ ଏବଂ ଅଟୋ-ଡିଲିଟ୍ ଆକ୍ଟିଭ୍ କରନ୍ତୁ ।

ହୋମ୍ ସ୍କ୍ରିନ୍ ୱିଜେଟ୍ :

ୟୁଜର୍ସ ସହଜରେ ପହଞ୍ଚିବା ପାଇଁ ଟେଲିଗ୍ରାମ ନିଜ ହୋମ ସ୍କ୍ରିନରେ ଏକ ନୂଆ ୱିଜେଟ୍ ଯୋଡିବାକୁ ବିକଳ୍ପ ପ୍ରସ୍ତୁତ କରୁଛି । ଚାଟ୍ ୱିଜେଟ୍ ବର୍ତ୍ତମାନ ଚାଟ୍ ର ପ୍ରିଭିୟୁ ଦେଖାଉଛି ଏବଂ ସର୍ଟକଟ୍ ୱିଜେଟ୍ କେବଳ ନାଁ ଏବଂ ପ୍ରୋଫାଇଲ୍ ଫଟୋ ଦେଖାଇବ ।

ସୀମିତ ଅବଧି ଗ୍ରୁପ୍ ଲିଙ୍କ୍ :

ଟେଲିଗ୍ରାମ ସୀମିତ ଅବଧିରେ ଆସୁଥିବା ଗ୍ରୁପ୍ ଇନଭାଇଟ୍ ଲିଙ୍କ୍ ପଠାଉଥିବା ଫିଚର ଆଣିଛି । କୌଣସି ଇନଭାଇଟ୍ ଲିଙ୍କ୍ ବ୍ରୋଚରଠାରୁ ହୋର୍ଡିଂ ପର୍ଯ୍ୟନ୍ତ ସବୁକିଛି ଏକ ସ୍କାନ୍ QR କୋଡ୍ ରେ ବଦଳାଯାଇପାରେ ।

ଅନଲିମିଟେଡ୍ ସଦସ୍ୟ ବିଶିଷ୍ଟ ଗ୍ରୁପ୍ :
ଟେଲିଗ୍ରାମ ଗ୍ରୁପରେ ଯୋଗଦେଉଥିବା ସାମିଲ ହେଉଥିବା ସଦସ୍ୟଙ୍କ ସଂଖ୍ୟା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ମେସେଜିଂ ଆପ୍ ବର୍ତ୍ତମାନ ୨,୦୦,୦୦୦ ସଦସ୍ୟଙ୍କୁ ଏକ ଗ୍ରୁପରେ ମେସେଜ, ମିଡିଆ ଏବଂ ଷ୍ଟିକରର ନେବାଦେବା କରିବାକୁ ଅନୁମତି ଦେଇଥାଏ ।

ଉତ୍ତମ ରିପୋର୍ଟିଂ ପ୍ରଣାଳୀ :

ଟେଲିଗ୍ରାମ୍ ଏବେ ୟୁଜର୍ସଙ୍କୁ ମେସେଜିଂ ପ୍ଲାଟଫର୍ମରେ ସ୍ପାମ୍ ଏବଂ ନକଲି ଲୋକଙ୍କୁ ରିପୋର୍ଟ କରିବା ଅଧିକ ସୁବିଧାଜନକ କରିବ ।

Show More

Related Articles

Back to top button