ଓଡ଼ିଶାବ୍ୟକ୍ତିତ୍ୱ

ସମ୍ମାନୀତ ହେବେ ଗୁରୁ

୫ ଶିକ୍ଷକଙ୍କୁ ମିଳିବ ଗୁରୁଶ୍ରୀ ସମ୍ମାନ

“ଗୁରୁଙ୍କୁ ନମଣିବା ନର, ଗୁୁରୁହିଁ ସାକ୍ଷାତ ଇଶ୍ୱର ।

ଗୁରୁ ହେଉଛନ୍ତି ଚିରକାଳ ନମସ୍ୟ ଆଉ ଗୁରୁ ହେଉଛନ୍ତି ପଥ ପଦର୍ଶକ । ଜୀବନରେ ସଫଳତା ପାଇବାକୁ ହେଲେ ଗୁରୁଙ୍କର ଉପଦେଶ, ଗୁରୁଙ୍କର ଆଶୀର୍ବାଦ ଏବଂ ଗୁରୁଙ୍କର ଦିଗଦର୍ଶନ ନିହାତି ଆବଶ୍ୟକ ଅଟେ । ଜଣେ ଭଲ ଶିକ୍ଷକ ଆଶାକୁ ପ୍ରେରଣା ଦେଇପାର, କଳ୍ପନାକୁ ପ୍ରଜ୍ୱଳିତ କରିପାରେ ଏବଂ ଶିକ୍ଷାର ଏକ ପ୍ରେମ ଜାଗ୍ରତ ବି କରିପାରେ । ସମସ୍ତଙ୍କ ଜୀବନରେ ଗୁରୁଙ୍କର ଅବଦାନ ଅସୀମ ।

ସେପ୍ଟେମ୍ବର ମାସ ପାଞ୍ଚ ତାରିଖ ଦିନ ଅର୍ଥାତ ପବିତ୍ର ଗୁରୁ ଦିବସ ଦିନ ଓଡ଼ିଶାର ପାଞ୍ଚ ଜଣ ଶିକ୍ଷକଙ୍କୁ ଗୁରୁଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଏହି ସମ୍ମାନଜନକ ଗୁରୁଶ୍ରୀ ସମ୍ମାନ ପ୍ରଦାନ କରିବେ ।

ପୁରୀ ଜିଲ୍ଲାର ଅନୁପ ଦାସ, କେନ୍ଦ୍ରାପଡା ଜିଲ୍ଲାର ଲିପ୍ସାରାଣୀ ମହାନ୍ତି, ଯାଜପୁର ଜିଲ୍ଲାର ଗାୟତ୍ରୀ ନାୟକ, ଭଦ୍ରକ ଜିଲ୍ଲାର ପ୍ରିୟବ୍ରତ ପରିଡା ଏବଂ ଖୋର୍ଦ୍ଧା ଜିଲ୍ଲାର କବିତା ମହାକୁଡ଼ଙ୍କୁ ଏହି ଗୁରୁଶ୍ରୀ ସମ୍ମାନ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଏହି ବର୍ଣ୍ଣାଢ୍ୟ ସମାରୋହରେ ସଂମ୍ମାନୀତ ଅତିଥି ଭାବରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ଦେବଜାନୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ପୁରସ୍କାର ବାବଦରେ ସମସ୍ତଙ୍କୁ ମାନପତ୍ର, ତାମ୍ରଫଳକ ,ଉତ୍ତରୀୟ ଏବଂ ଷାଠିଏ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ଜୟଦେବ ଭବନରେ ପବିତ୍ର ଗୁରୁଦିବସ ଦିନ ପୂର୍ବାହ୍ନ ଏଗାରଟା ରେ ଆୟୋଜିତ ହେବ । ପୁରସ୍କୃତ ହେବାକୁ ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସାଙ୍ଗରେ ଆଧାର କାର୍ଡ ଏବଂ କରୋନା ପ୍ରଥମ ଡୋଜ ଟୀକା ନେଇଥିବା ପ୍ରମାଣପତ୍ର ସାଙ୍ଗରେ ଆଣିବାକୁ ନିର୍ଦେଶ ଦିଆଯାଇଛି।

 

Show More

Related Articles

Back to top button