Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟମୁଖ୍ୟ ଖବରଶିକ୍ଷା

ଆଜି ଗୁରୁ ଦିବସ

ଓଡ଼ିଶାର ୨ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର

ଗୁରୁ ଦିବସରେ ଓଡ଼ିଶାର ୨ଜଣ ଶିକ୍ଷକ ପାଇଲେ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ।   ଆଜି ଦେଶର ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି । ରାଷ୍ଚ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଭିଡିଓ କନଫରେନ୍ସିଂରେ ସମ୍ମାନିତ କରିଛନ୍ତି ।

ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ଓଡ଼ିଶାର ଦୁଇ ଜଣ ଶିକ୍ଷକ ହେଲେ ଭଦ୍ରକ ଜିଲ୍ଲା ହାଇସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲ୍ଲା କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ ସେଠୀ । ସ୍କୁଲର ବିକାଶକୁ ନୂଆ ଦିଶା ଦେଇଛନ୍ତି ଅଶୋକ କୁମାର ଶତପଥୀ । ପୁରାତନ ଛାତ୍ରଙ୍କ ସହ ମିଶି ସ୍କୁଲର ଭିତ୍ତିଭୂମିର ବିକାଶ କରାଇଛନ୍ତି ସେ ।

ସେହିପରି କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ ସେଠୀ ଅଭିନବ ଉପାୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଚର୍ଚ୍ଚାକୁ ଆସିଥିଲେ । ଗୀତ ମାଧ୍ୟରେ ପିଲାଙ୍କୁ ପାଠ ପଢ଼ାନ୍ତି ଅଜିତ ସାର । ତାଙ୍କର ପଢ଼ାଇବା ଶୈଳୀ ବି ଛାତ୍ରଛାତ୍ରୀଙ୍କୁ ବେଶ ପସନ୍ଦ ଆସିଥାଏ ।

ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଶିକ୍ଷକଙ୍କୁ କିଛି ପରାମର୍ଶ ଦେଇଛନ୍ତି । ଏଥିସହ ଗୁରୁ-ଶିକ୍ଷ୍ୟ ପରମ୍ପରା ବାବଦରେ ମତ ରଖିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଉପସ୍ଥିତ ଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Show More

Related Articles

Back to top button