
ସମସ୍ତ ଭାରତୀୟ ପରିବାରରେ ତାୱା ରେ ରୁଟି ପ୍ରସ୍ତୁତ କରାଯାଇଥାଏ , କାରଣ ଏହା ଆମ ଭାରତୀୟ ମାନଙ୍କର ମୁଖ୍ୟ ଖାଦ୍ୟ ଅଟେ l ରୁଟି ଗୋଟିଏ ମହତ୍ଵପୁର୍ଣ ଖାଦ୍ୟ ଵୋଇଥିବା ସତ୍ୱେ ଆମେ ଅଧିକାଂଶ ବ୍ୟକ୍ତି ଏହାର ଲାଭ ବିଷୟରେ ଜାଣି ନଥାଉ l କାରଣ ସହଜରେ ମିଳିଥିବା ଜିନିଷକୁ ଆମେ ମାନେ ତାର ମୂଲ୍ୟ ବୁଝି ନଥାଉ l
ଗୋଟିଏ ରୁଟିରେ ରହିଛି କେତେ ପୋଷାକ ତତ୍ୱ –
ଘରେ ସାମାନ୍ୟ ଭାବରେ ପ୍ରସ୍ତୁତ ହେଉଥିବା ରୁଟିରେ ରହିଛି ୭୦ ପ୍ରତିଶତ କ୍ୟାଲୋରୀ ଓ ପାଖାପାଖି ୩ ଗ୍ରାମ ପ୍ରୋଟିନ l ତା ସହିତ ରହିଛି ୧୫ ଗ୍ରାମ କାର୍ବୋହାଇଡ୍ରେଟ l ଯଦି ଆପଣ ନିଜ ପାଇଁ ରୁଟି ପ୍ରସ୍ତୁତ କରୁଛନ୍ତି ତେବେ ଚୋକଡ ଯୁକ୍ତ ଅଟା ବ୍ୟବହାର କରନ୍ତୁ l କାରଣ ଚୋକଡ ଯୁକ୍ତ ଅଟା ଦ୍ୱାରା ରୁଟିର ପୋଷାକ କ୍ଷମତା ବଢ଼ିଯାଇ ଥାଏ l ଏହି ପ୍ରକାରର ଅଟାରୁ ଆପଣଙ୍କୁ ଭିଟାମିନ ବି ,ଭିଟାମିନ ଇ ,ଆୟୋଡିନ ,ଜିଙ୍କ ,ମାଙ୍ଗାନିଜ ,କପର ,ସିଲିକନ ପୋଟାସିୟମ ,କ୍ୟାଲସିୟମ ଭଳି ପୋଷାକ ତତ୍ୱ ମିଲିଟାଏ l
ଜଳଖିଆରେ ରୁଟି ଖାଇବାର ଲାଭ –
ଗହମାରେ ପ୍ରସ୍ତୁତ ଅଟା ଫାଇବର ପ୍ରାପ୍ତ କରିବାର ଗୋଟିଏ ମୁଖ୍ୟ ମାଧ୍ୟମ ଅଟେ ଓ ଏହା ଆମ ଶରୀରର ଅବା ପାଚନ ତନ୍ତ୍ରକୁ ଠିକ ରଖିବାରେ ସହାୟତା କରିଥାଏ l
ରୁଟିରେ ମିଳୁଥିବା କାର୍ବୋ ହାଇଡ୍ରେଡ଼ ଶରୀରକୁ ଉର୍ଜା ଯୋଗାଇବାର କାମ କରିଥାଏ l ତା ସହିତ ଏହା ଭୋଜନରେ ସନ୍ତୁଷ୍ଟି ପ୍ରାପ୍ତ କରାଇଥାଏ l ଏହା ଦ୍ୱାରା ଆମର ଜଠର ଅଗ୍ନି ଶାନ୍ତ ହୋଇଥାଏ l
ରୁଟିରୁ ମିଳିଥିବା କାର୍ବୋ ହାଇଡ୍ରେଡ଼ ମାଂସପେଶୀ ଶରୀରର ସମସ୍ତ ଅଙ୍ଗକୁ ଉର୍ଜା ପ୍ରଦାନ କରିଥାଏ , ଏହାଦ୍ୱାରା ଶରୀରର ସମସ୍ତ ଅଙ୍ଗ ଦିନସାରା କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାଏ l
ରୁଟି ଗୋଟିଏ ଏପରି ଖାଦ୍ୟ ଯାହା ଯେ କୌଣସି ସମୟରେ ଖାଇବାକୁ ଭଳି ଲାଗିବl ସହିତ ଆମେ ଅଧିକ ଧ୍ୟାନ ପୋଷାକ ତତ୍ୱ ଉପରେ ଦେଇଥାଉ l ଆମ ଶରୀରକୁ କମ ଫ୍ୟାଟ ଦେବା ସହିତ ଅଧିକ ପୋଷାକ ଦେଇଥାଏ l