ମୁଖ୍ୟ ଖବର

ଜାଣନ୍ତୁ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ର ଲକ୍ଷଣ

ଦକ୍ଷିଣ ଆଫ୍ରିକାରେ କରୋନାର ଏକ ନୂତନ ଭାରିଆଣ୍ଟ ‘ଓମିକ୍ରନ’ ଚିହ୍ନଟ ହେବା ପରେ ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି । ଏହି ସମୟରେ, ଦକ୍ଷିଣ ଆଫ୍ରିକାର ଜଣେ ଡାକ୍ତର ନୂତନ କରୋନା ଭାରିଆଣ୍ଟ ଓମିକ୍ରନର ଲକ୍ଷଣ ବିଷୟରେ ପ୍ରକାଶ କରିଛନ୍ତି । ଡାକ୍ତରଙ୍କ ଅନୁଯାୟୀ, ଓମିକ୍ରନର କିଛି ଲକ୍ଷଣ ଅଛି ଯାହା ସମ୍ପୂର୍ଣ୍ଣ ଭିନ୍ନ ଅଟେ ।

ଓମିକ୍ରନର ଲକ୍ଷଣ
ଦକ୍ଷିଣ ଆଫ୍ରିକୀୟ ମେଡିକାଲ ଆସୋସିଏସନ (ଏସଏଏମଏ) ମୁଖ୍ୟ ଆଞ୍ଜେଲିକ କୋଏଟିଜି କହିଛନ୍ତି ଯେ, ଗତ ୧୦ ଦିନ ମଧ୍ୟରେ ସେ କରୋନା ଭାଇରସ, ଓମିକ୍ରନର ନୂତନ ପ୍ରକାରରେ ସଂକ୍ରମିତ ହୋଇଥିବା ୩୦ ଜଣ ରୋଗୀଙ୍କୁ ଦେଖିଛନ୍ତି । ଓମିକ୍ରନ ସଂକ୍ରମିତ ରୋଗୀର ଅତ୍ୟଧିକ ଥକ୍କା, ଗଳା ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଏବଂ ଶୁଖିଲା କାଶ ଭଳି ସମସ୍ୟା ରହିଛି । ଶରୀରର ତାପମାତ୍ରା ବୃଦ୍ଧି ପାଇଯାଉଛି । ଏହାର ଲକ୍ଷଣଗୁଡ଼ିକ କରୋନାର ଡେଲଟା ଭାରିଏଣ୍ଟଠାରୁ ସମ୍ପୂର୍ଣ୍ଣ ଭିନ୍ନ ।
ଆଞ୍ଜେଲିକ କହିଛନ୍ତି ଯେ ସେ ଏ ପର୍ଯ୍ୟନ୍ତ ଦେଖିଥିବା ସମସ୍ତ ରୋଗୀଙ୍କୁ ଟିକାକରଣ କରାଯାଇ ନାହିଁ । ସେମାନଙ୍କର ଓମିକ୍ରନର ସାମାନ୍ୟ ଲକ୍ଷଣ ଥିଲା । ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଥିବା ଅଧିକାଂଶ ରୋଗୀଙ୍କ ବୟସ ୪୦ ବର୍ଷରୁ କମ ରହିଥିଲା ।

Show More

Related Articles

Back to top button