Breaking PLUSଦେଶ ବିଦେଶମୁଖ୍ୟ ଖବର
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ-ଟ୍ରେନ ଲାଇନ୍ କଡରୁ ହଟିବେ ବସ୍ତି ବାସିନ୍ଦା
ଟ୍ରେନ ଲାଇନ୍ କଡରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । ଜାତୀୟ ରାଜଧାନୀ ଦିଲ୍ଲୀର ୧୪୦ କିମି ଦୈର୍ଘ୍ୟ ବିଶିଷ୍ଟ ଟ୍ରେନ ଲାଇନ୍ କଡରେ ରହୁଥିବା ୪୮ ହଜାର ବସ୍ତି ବାସିନ୍ଦାଙ୍କୁ ହଟାଇବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆଦିଲ୍ଲୀ: ଟ୍ରେନ ଲାଇନ୍ କଡରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । ଜାତୀୟ ରାଜଧାନୀ ଦିଲ୍ଲୀର ୧୪୦ କିମି ଦୈର୍ଘ୍ୟ ବିଶିଷ୍ଟ ଟ୍ରେନ ଲାଇନ୍ କଡରେ ରହୁଥିବା ୪୮ ହଜାର ବସ୍ତି ବାସିନ୍ଦାଙ୍କୁ ହଟାଇବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏଥିପାଇଁ ୩ ମାସ ସମୟ ମଧ୍ୟ ଦେଇଛନ୍ତି । ବସ୍ତି ଉଚ୍ଛେଦ ଉପରେ କୌଣସି କୋର୍ଟ ରୋକ କିମ୍ବା ସ୍ଥଗିତାଦେଶ ନଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଗତ ୩୧ ତାରିଖରେ ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଟ୍ରେନ ଲାଇନ୍ କଡର ବସ୍ତି ଉଚ୍ଛେଦ ପାଇଁ କୌଣସି ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଲାଗିଥିଲେ ତାହା ପ୍ରଭାବୀ ହେବ ନାହିଁ ।