Breaking PLUS

ମୋ ସ୍କୁଲ ଅଭିଯାନକୁ ସଫଳତା: ବଦଳିବ ୨୬ ହଜାର ସ୍କୁଲର ଚିତ୍ର

ବଦଳିବ ୨୬ ହଜାର ସ୍କୁଲ କ୍ୟାମ୍ପସ୍‌ର ଚେହେରା । ପୁରାତନ ଛାତ୍ରଛାତ୍ରୀ ନିଜ ସ୍କୁଲ ସହ ଯୋଡ଼ି ହୋଇ ସ୍କୁଲର ବିକାଶ କରିବେ । ଭିତ୍ତିଭୂମିଠୁ ଆରମ୍ଭ କରି ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସ୍କୁଲର ବିକାଶ ହେବ ।

ବଦଳିବ ୨୬ ହଜାର ସ୍କୁଲ କ୍ୟାମ୍ପସ୍‌ର ଚେହେରା । ପୁରାତନ ଛାତ୍ରଛାତ୍ରୀ ନିଜ ସ୍କୁଲ ସହ ଯୋଡ଼ି ହୋଇ ସ୍କୁଲର ବିକାଶ କରିବେ । ଭିତ୍ତିଭୂମିଠୁ ଆରମ୍ଭ କରି ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସ୍କୁଲର ବିକାଶ ହେବ । ମୋ ସ୍କୁଲ ଅଭିଯାନରେ ସ୍କୁଲର ଉନ୍ନତି ପାଇଁ ବର୍ତ୍ତମାନ ସୁଦ୍ଧା ଯୋଡ଼ି ହୋଇଛି ରାଜ୍ୟର ୨୬ ହଜାର ସ୍କୁଲ । ଆଉ ସାମିଲ ହୋଇଛନ୍ତି ୪ ଲକ୍ଷ ୨୦ ହଜାର ପୁରାତନ ଛାତ୍ରଛାତ୍ରୀ । ସ୍କୁଲର ଉନ୍ନତି ପାଇଁ ୩୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି।

‘ମୋ ସ୍କୁଲ’ଅଭିଯାନର ୨୨ତମ କାର୍ଯ୍ୟକାରୀ ପରିଷଦ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ଗତ ଏକ ମାସ ମଧ୍ୟରେ ୬୧, ୧୨୦ ଜଣ ପୁରାତନ ଛାତଛାତ୍ରୀ ଯୋଡ଼ି ହୋଇଥିବାବେଳେ ନିଜ ସ୍କୁଲର ବିକାଶ ପାଇଁ ମୋଟ ୧୦.୮୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ୩.୪୯ କୋଟି, କେନ୍ଦୁଝରରେ ୧.୯୫ କୋଟି, ମୟୂରଭଞ୍ଜରେ ୬୨ ଲକ୍ଷ, ଅନୁଗୁଳରେ ୩୬ ଲକ୍ଷ ଏବଂ ବରଗଡ଼ରେ ୩୫ ଲକ୍ଷ ଟଙ୍କା ପୂର୍ବତନ ଛାତ୍ରଛାତ୍ରୀମାନେ ଦେଇଛନ୍ତି ବୋଲି ପ୍ରକାଶ କରାଯାଇଥିଲା ।

ବୈଠକରେ ଅଭିଯାନର ବିଭିନ୍ନ ପ୍ରକଳ୍ପର ପବ୍ଲିକ୍‌ ଡିସ୍‌କ୍ଲୋଜର ଏବଂ ସୋସିଆଲ୍‌ ଅଡିଟ୍‌ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସ୍କୁଲ ସ୍ତରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟୟବରାଦ ଏବଂ ପ୍ରକଳ୍ପର ସମ୍ପୂର୍ଣ୍ଣ ବିବରଣୀ ଏଣିକି ସର୍ବସାଧାରଣ ପାଇପାରିବେ । ଏଥିପାଇଁ ସ୍କୁଲର ମାଇକ୍ରୋ ୱେବ୍‌ସାଇଟ୍‌ରେ ଏନେଇ ସମସ୍ତ ତଥ୍ୟ ଉପଲବ୍ଧ କରାଯିବ । ପ୍ରକଳ୍ପ କାର୍ଯ୍ୟକାରିତାରେ ଅଧିକ ସ୍ୱଚ୍ଛତା ଆଣିବାକୁ ସ୍ୱତନ୍ତ୍ର ଅଡିଟରଙ୍କ ଦ୍ୱାରା ସ୍କୁଲ ସ୍ତରରେ ସମସ୍ତ ପ୍ରକଳ୍ପର ଅଡିଟ୍‌ କରାଯିବ । ସେହିଭଳି ସ୍କୁଲରେ କିଣାଯାଇଥିବା ସମସ୍ତ ଆସବାପତ୍ରର ଏକ ସ୍ୱତନ୍ତ୍ର ରେଜିଷ୍ଟର ପ୍ରସ୍ତୁତ କରାଯିବ ।

ମୋ ସ୍କୁଲ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକୁ ମ୍ୟାଚିଂ ଗ୍ରାଣ୍ଟ ତଥା ସରକାରୀ ସହାୟତା ପ୍ରଦାନକୁ ପ୍ରାଥମିକତା ଦିଆଯାଇଥିବାବେଳେ ସ୍କୁଲ ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ ପୂର୍ବରୁ ବ୍ୟାଙ୍କ ପାସ୍‌ ବୁକ୍‌ ସହ ଆବଶ୍ୟକ ସମସ୍ତ କାଗଜପତ୍ର ଯାଞ୍ଚକୁ ଜୋରଦାର କରାଯାଇଛି । ସେହିଭଳି ସ୍କୁଲରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଷ୍ଟାଟସ୍‌ ରିପୋର୍ଟ ପୁରାତନ ଛାତ୍ରଛାତ୍ରୀଙ୍କ ନିକଟକୁ ହ୍ୱାଟସ୍‌ଆପ୍‌ ମାଧ୍ୟମରେ ପଠାଯିବ ।

ଅନ୍ୟପକ୍ଷରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଭିଯାନରେ ୯୭୯୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ୨୩୮୦ ପ୍ରକଳ୍ପର କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ । ଆସନ୍ତା ମାର୍ଚ୍ଚରେ ପୋଷ୍ୟ ବିଦ୍ୟାଳୟ ସମ୍ପର୍କରେ ଜିଲ୍ଲାସ୍ତରୀୟ ବୈଠକ କରାଯିବ ।

It is beneficial in reducing facial hair growth. Its application is limited to face and nearby areas under the chin as the studies are limited to these areas of body. Vaniqa cream for sale is fortified with eflornithine hydrochloride which is an active chemical ingredient of this medicine. viagra malaysia Vaniqa cream Australia is used for treating conditions such as hirsutism or excessive facial hair growth in females.

Click here to cancel reply. viagra online Subscribe to the Finder newsletter for the latest money tips and tricks.

Show More

Related Articles

Back to top button