ଚିନ୍ତା ବଢାଉଛି କରୋନା, ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ସାରା ଦେଶରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ବଢୁଥିବାବେଳେ ଆଜି ଓଡ଼ିଶାର ତାଲିକା ଏହି ଚିନ୍ତାକୁ ଆହୁରି ତେଜିଛି। ଗତ କିଛି ଦିନ ହେବ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ ଥିବାବେଳେ ଆଜି ରେକର୍ଡ ଭାଙ୍ଗିଛି।

ସାରା ଦେଶରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ବଢୁଥିବାବେଳେ ଆଜି ଓଡ଼ିଶାର ତାଲିକା ଏହି ଚିନ୍ତାକୁ ଆହୁରି ତେଜିଛି। ଗତ କିଛି ଦିନ ହେବ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ ଥିବାବେଳେ ଆଜି ରେକର୍ଡ ଭାଙ୍ଗିଛି। ଆଜି ରାଜ୍ୟରୁ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେସ ୬୪ ଥିବାବେଳେ ଲୋକାଲ କଣ୍ଟାକ୍ଟ ୪୬ ରହିଛି।
ଆଜି ୨୨ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୧୦ କରୋନା ରୋଗୀ। ଆଜି ସର୍ବାଧିକ କରୋନା ଆକ୍ରାନ୍ତ କଟକରୁ ଚିହ୍ନଟ ହୋଇଛନ୍ତି। କଟକରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହା ପଛରେ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧାରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଡ଼ା ଓ ମୟୂରଭଞ୍ଜରୁ ୯ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଅନୁଗୋଳରୁ ୬, ଦେବଗଡ, ଜଗତ୍ସିଂହପୁର, କଳାହାଣ୍ଡି, ନବରଙ୍ଗପୁର, ବାଲେଶ୍ୱରରୁ ୨ଜଣ ଲେଖାଏ, ପୁରୀରୁ ୩ ଜଣ, ଝାରସୁଗୁଡା, ସମ୍ବଲପୁର, ବରଗଡରୁ ୪, ଢେଙ୍କାନାଳ, ରାୟଗଡା, କନ୍ଧମାଳ, କୋରାପୁଟ, ଭଦ୍ରକରୁ ଜଣେ ଲେଖାଏ, ଜାଜପୁରରୁ ୫, ସୁନ୍ଦରଗଡରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ ୩ ଥିବା ଜଣାଯାଇଛି।