Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୧୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ସହର ପରେ ଏବେ ଗାଁକୁ ବି ବ୍ୟାପିଗଲାଣି କରୋନା ଭୂତାଣୁ । ସ୍ଥିତି ଗମ୍ଭୀର ରୂପ ନେଲାଣି । କରୋନା ଭୂତାଣୁର ଦ୍ରୁତ ସଂକ୍ରମଣକୁ ନ ରୋକିଲେ ଆଗକୁ ଭୟାବହ ସ୍ଥିତି ଉପୁଜିବ । ଏଭଳି ସମୟରେ ବିରୋଧୀଙ୍କୁ ବିଶ୍ୱାସକୁ ନେଇ ଆସନ୍ତା ୧୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ୱେ ବି କରୋନା ସଂକ୍ରମଣ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଦୈନିକ ସଂକ୍ରମଣ ସଂଖ୍ୟା ବଡ଼ ଡିଆଁ ମାରୁଛି, ସଂକ୍ରମଣ ହାର ଖସୁନି । ପ୍ରତିଦିନ ୧୦ ରୁ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ବାହାରୁଛନ୍ତି । ସଂକ୍ରମଣ ହାର ୨୦% ଉପରେ ରହୁଛି । ସହର ପରେ ଏବେ ଗାଁକୁ ବି ବ୍ୟାପିଗଲାଣି କରୋନା ଭୂତାଣୁ । ସ୍ଥିତି ଗମ୍ଭୀର ରୂପ ନେଲାଣି । କରୋନା ଭୂତାଣୁର ଦ୍ରୁତ ସଂକ୍ରମଣକୁ ନ ରୋକିଲେ ଆଗକୁ ଭୟାବହ ସ୍ଥିତି ଉପୁଜିବ । ଏଭଳି ସମୟରେ ବିରୋଧୀଙ୍କୁ ବିଶ୍ୱାସକୁ ନେଇ ଆସନ୍ତା ୧୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଦିନ ସନ୍ଧ୍ୟା ୫ଟା ୩୦ ମିନିଟରେ ବିଧାନସଭା ସମ୍ମିଳନୀ କକ୍ଷରେ ସବୁଦଳର ବିଧାୟକମାନେ ଭାଗନେବା ପାଇଁ ବ୍ୟବସ୍ଥା ହୋଇଛି । ଯଦି କିଏ ସମ୍ମିଳନୀ କକ୍ଷକୁ ନ ଆସେ, ତାହାହେଲେ ଭିଡିଓ କନଫରେନ୍ସି ମାଧ୍ୟମରେ ଭାଗ ନେବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହାଛଡା ଆଗକୁ କିଭିଳି ଦକ୍ଷତା ଓ ସଫଳତାର ସହ ମହାମାରୀକୁ ସାମ୍ନା କରିହେବ ସେ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ । ଏ ବାବଦରେ ବିରୋଧୀ ସରକାରଙ୍କୁ କିଛି ପରାମର୍ଶ ବି ଦେଇପାରିବେ ।

Show More

Related Articles

Back to top button