ମନୋରଞ୍ଜନ

ସୋନୁ ସୁଦଙ୍କ ବଡ ପଦକ୍ଷେପ: ସମଗ୍ର ଦେଶରେ ଲଗାଇବେ ୧୮ ଅକ୍ସିଜେନ୍ ପ୍ଲାଣ୍ଟ୍

କରୋନା କାଳରେ ବଲିଉଡ ଅଭିନେତା ସୋନୁ ସୁଦ ଦେବଦୂତ ସାଜି ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି । ସେ ନିରନ୍ତର ଡାକ୍ତରଖାନାଗୁଡ଼ିକରେ ଲୋକଙ୍କୁ ବେଡ୍ ଏବଂ ଅକ୍ସିଜେନ୍ ଯୋଗାଉଛନ୍ତି

ନିକଟରେ ସୋନୁ ସୁଦ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବିଶେଷ ଘୋଷଣାରେ କହିଛନ୍ତି ଯେ ଖୁବ୍ ଶୀଘ୍ର ସେ ଦେଶରେ ପ୍ରାୟ ୧୫ ରୁ ୧୮ ଅକ୍ସିଜେନ୍ ପ୍ଲା୍ଣ୍ଟ ସ୍ଥାପନ କରିବାକୁ ଯାଉଛନ୍ତି ଏବଂ ସେ ଏହାର ଆରମ୍ଭ କୁର୍ନୁଲ, ନେଲୋର, ଆନ୍ଧ୍ରପ୍ରଦେଶ, ମାଙ୍ଗାଲୋର, କର୍ଣ୍ଣାଟକରୁ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ତାମିଲନାଡୁ, ପଞ୍ଜାବ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ,ବିହାର,ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲଗାଇବେ ।

କରୋନାର ଦ୍ୱିତୀୟ ଲହର ଯୋଗୁଁ ସାରା ଦେଶରେ ଅକ୍ସିଜେନର ଅଭାବ ଦେଖାଦେଇଛି, ଯେଉଁଥିପାଇଁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଯଦି ସୋନୁଙ୍କୁ ବିଶ୍ୱାସ କରାଯାଏ, ତେବେ ସମଗ୍ର ଦେଶ ଏକ ବଡ଼ ମୂଲ୍ୟ ଦେଇ ଏହି ଜିନିଷଗୁଡ଼ିକର ମହତ୍ତ୍ୱ ବୁଝିଛି ।ଏହାପୂର୍ବରୁ ସେ ଏକ ଭିଡିଓରେ କହିଥିଲେ ଯେ ଯେଉଁ ଡାକ୍ତରଖାନାରେ ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି, ସେଠାରେ ଆମେ ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନ କରିବୁ। ପୂର୍ବରୁ ସୋନୁ ସୁଦ ଆନ୍ଧ୍ରପ୍ରଦେଶର ଦୁଇଟି ଜିଲ୍ଲାର ଡାକ୍ତରଖାନାରେ ଅକ୍ସିଜେନ୍ ପ୍ଲାଣ୍ଟ‌୍ ସ୍ଥାପନ କରିଛନ୍ତି।

Show More

Related Articles

Back to top button