Breaking PLUSଓଡ଼ିଶାବିଧାନସଭାମୁଖ୍ୟ ଖବରରାଜନୀତି

ବାଚସ୍ପତିଙ୍କୁ ଘେରାଉ

ଖଣି ଦୁର୍ନୀତି ପ୍ରସଙ୍ଗରେ ହଟ୍ଟଗୋଳ

ଆଜି ବିଧାନସଭାରେ ଦେଖିବାକୁ ମିଳିଛି  ଅଭାବନୀୟ ଦୃଶ୍ୟ ।  ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ନୋଟିସ ଅଗ୍ରାହ୍ୟ ପରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ତାଙ୍କ ଚାମ୍ବରରେ ହିଁ ଘେରାଉ କରିଛନ୍ତି । ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ସୂଚନା ଦେଇଛନ୍ତି ।

ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟ ମାନେ ଖଣି ଦୂର୍ନୀତିକୁ ପ୍ରସଙ୍ଗ କରି ହୋହଲ୍ଲା କରିଥିଲେ । ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ନୋଟିସ ବି ଦେଇଥିଲା । ହେଲେ ଏହାକୁ ବାଚସ୍ପତି ଗ୍ରହଣ କରିନଥିଲେ ।

ଏହା ପରେ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । ବିଜେପି ସଦସ୍ୟ ମାନେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋହଲ୍ଲା କରିଥିଲେ । ଏନେଇ ବାଚସ୍ପତି  ଦିନ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ  କରିଥିଲେ । ଗୃହ ମୁଲତବୀ ପରେ ବାଚସ୍ପତି  ତାଙ୍କ ଚାମ୍ବରକୁ ଚାଲିଯାଇଥିଲେ । ତେବେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ତାଙ୍କୁ ତାଙ୍କ ଚାମ୍ବରରେ ଘେରାଉ କରିଥିଲେ ।

Show More

Related Articles

Back to top button