ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ସଂକ୍ଷିପ୍ତ ସମ୍ବାଦ

୧-ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ, ଜିଲ୍ଲାକୁ ଦେବେ ୫ଶହ କୋଟିର ଭେଟି । ବଲାଙ୍ଗୀର, ଟିଟଲାଗଡ଼ ଓ ପାଟନାଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ।

୨-ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ଆସନ୍ତା୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୪ଟି ଜିଲ୍ଲା – କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ।

୩-ରାଜ୍ୟର ଖଣି ଖାଦନ ଥିବା ପୌର ଅଞ୍ଚଳର ବିକାଶ ପାଇଁ ମିଳିଲା 640 କୋଟି ଟଙ୍କାର ଅନୁଦାନ ।

୪-ରାଜ୍ୟରେ କୃଷି ପ୍ରଗତି ପାଇଁ ଓଡ଼ିଶା ସରକାର ଓ ଗେଟ୍‌ସ ଫାଉଣ୍ଡେସନ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ । ଲାଭବାନ ହେବେ କ୍ଷୁଦ୍ର ଚାଷୀ ।

୫-ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ଲୋକାର୍ପିତ ହେଲା ଇଜିଟ୍ରକ୍‌ ମୋବାଇଲ ଆପ । ଏହି ଆପ୍‌ ଜରିଆରେ ଗ୍ରାହକମାନେ ଜିନିଷପତ୍ର ପରିବହନ ପାଇଁ ସୁଲଭ ମୂଲ୍ୟରେ ଟ୍ରକ୍‌ ବୁକିଂ କରିପାରିବେ ।

୬-ମହାନଦୀର ଉପର ମୁଣ୍ଡ ଛତିଶଗଡ଼ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଲା ।

୭-ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାବିରେ ଆସନ୍ତା ୨୯ରୁ ବଲାଙ୍ଗୀର ରୁ ଆରମ୍ଭ ହେବ ସତ୍ୟାଗ୍ରହ । ରାଜ୍ୟର ୩୧୪ ବ୍ଲକରେ କରାଯିବ ଆନ୍ଦୋଳନ ।

୮-ଭାରତୀୟ ବାୟୁସେନାର ମୁଖ୍ୟ ହେବେ ଭି.ଆର ଚୌଧୁରୀ । ଆସନ୍ତା ସେପ୍ଟେମ୍ବର ୩୦ରେ ସେ ତାଙ୍କର ଦାୟିତ୍ୱ ଗ୍ରହଣ କରିବେ ।

୯-ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମ ଲେଖା ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆସନ୍ତା ୨୭ରେ ପ୍ରକାଶ ପାଇବ ଦ୍ବିତୀୟ ମେଧା ତାଲିକା, ୨୯ରୁ ଆରମ୍ଭ ହେବ ନାମଲେଖା।

୧୦-ଦ୍ବିପକ୍ଷୀୟ ସମ୍ପର୍କ ମଜବୁତ ନେଇ ଆରମ୍ଭ ହେବ ନୂଆ ଅଧ୍ୟାୟ, ସେପ୍ଟେମ୍ବର ୨୪ରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

୧୧-ଆସନ୍ତା ୨୫ ଓ ୨୬ ତାରିଖରେ ହେବାକୁ ଥିବା ଭୁବନେଶ୍ୱର କ୍ଳବ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ।

୧୨-କରୋନାରେ ଆଶ୍ୱସ୍ତିର ଖବର ! ଭାରତରେ ହ୍ରାସ ହେଉଛି ସଂକ୍ରମଣର R-value, ତଥାପି ବଡ଼ ସହରାଞ୍ଚଳ ଲାଗି ଟଳିନି ବିପଦ ।

୧୩-ମଧ୍ୟପ୍ରଦେଶର ସୁରୈନା ଏବଂ ବୈତୁଲ ଜିଲ୍ଲାରେ ଗତକାଲି ବଜ୍ରପାତ ନେଲା ୫ ଜୀବନ, ଜଣେ ମହିଳା ଗୁରୁତର ।

୧୪-ପଞ୍ଜାବ ପରେ ରାଜସ୍ଥାନରେ ବଦଳି ପାରନ୍ତି ମୁଖ୍ୟମନ୍ତ୍ରୀ । ଏନେଇ କଂଗ୍ରେସ ହାଇକମାଣ୍ଡ ଏବେ ବିଚାର କରୁଥିବା ନେଇ ଆସିଲା ସୂଚନା ।

୧୫-ଷ୍ଟିୱାର୍ଟ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ବନ୍ଦ ରହିଲା ସ୍କୁଲ୍‌, ପରୀକ୍ଷା ହେଲା ବାତିଲ, ତଦନ୍ତକଲା କଟକ ସାଇଣ୍ଟିଫିକ୍‌ ଟିମ୍ ।

୧୬-ଆଖଡା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ଘଟଣା: ଶିଷ୍ୟ ଆନନ୍ଦ ଗିରିଙ୍କ ସମେତ ହେଲେ ୩ ଗିରଫ ।

୧୭-AIMIM ଅଧ୍ୟକ୍ଷ ଅସଦୁଦ୍ଦୀନ ଓଓ୍ବେସୀଙ୍କ ବାସଭବନ ଉପରକୁ ଆକ୍ରମଣ, ୫ ଜଣଙ୍କୁ ଅଟକ ରଖି ଚାଲିଛି ପଚରାଉଚରା ।

୧୮-ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୩୨ତମ ମ୍ୟାଚରେ ପଞ୍ଜାବକୁ ୨ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ ।

୧୯-ଆଇପିଏଲ ଟକ୍କର: ଆଜି ମୁହାଁମୁହିଁ ହେବେ ଦିଲ୍ଲୀ-ହାଇଦ୍ରାବାଦ ।

୨୦-ଆଫ୍‌ଗାନିସ୍ତାନରେ ଆଇପିଏଲ୍‌ ପ୍ରସାରଣ ବନ୍ଦ କଲା ତାଲିବାନ: କ୍ରିକେଟ୍ ବୋର୍ଡ ସିଇଓ ବି ହେଲେ ବହିଷ୍କୃତ ।

Show More

Related Articles

Back to top button