Breaking PLUSଓଡ଼ିଆ ଗଳ୍ପଦେଶଦେଶ ବିଦେଶମୁଖ୍ୟ ଖବର

ସଂକ୍ଷିପ୍ତ ସମ୍ବାଦ

୧- ୨୯ ବର୍ଷର ବିଜୟଧାରାରେ ଲାଗିଲା ବ୍ରେକ । ଶେଷରେ ପରାଜୟଧାରା ଭାଙ୍ଗିଲା ପାକିସ୍ତାନ । ଆଇସିସି ଟି-୨୦ ବିଶ୍ୱକପରେ ରବିବାର ଖେଳାଯାଇଥିବା ହାଇଭୋଲଟେଜ ମୁକାବିଲାରେ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି ପାକିସ୍ତାନ ।

୨- ତୀବ୍ର ହେଉଛି ଛତିଶଗଡ଼ କଂଗ୍ରେସ କଳି, ସିଂଦେଓଙ୍କ ସମର୍ଥକଙ୍କୁ ମଞ୍ଚରୁ ଧକ୍କା ମାରି ତଡ଼ିଲେ ବଘେଲଙ୍କ ସପୋର୍ଟର ।

୩- ଇସଲାମ ଧର୍ମକୁ ତ୍ୟାଗ କରିବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକୁମାବତୀ ସୁକାର୍ଣ୍ଣୋପୁତ୍ରି । ହିନ୍ଦୁ ଧର୍ମ ଆପଣାଇବା ନେଇ ଏକ କାର୍ଯ୍ୟକ୍ରମରେ ସେ ଘୋଷଣା କରିଛନ୍ତି ।

୪- ଜମ୍ମୁ-କଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ଶାହଙ୍କ ବଡ଼ ଘୋଷଣା : ୨ବର୍ଷ ମଧ୍ୟରେ ଆରମ୍ଭ ହେବ ମେଟ୍ରୋ ଓ ହେଲିକପ୍ଟର ସେବା
ଜମ୍ମୁକଶ୍ମୀର ବିକାଶ ଲାଗି ୫୫ ହଜାର କୋଟିର ପ୍ୟାକେଜ୍, ଆଇଆଇଟି କ୍ୟାମ୍ପସ୍ ଉଦଘାଟିତ ।

୫- ଯେବେ ବି ଦରକାର ପଡେ ଫୋନ କରିବେ, ପାକିସ୍ତାନ ସୀମାରେ ରହୁଥିବା ଲୋକଙ୍କୁ ଶାହା ଦେଲେ ନିଜ ନମ୍ବର ।

୬- ଟି-୨୦ ବିଶ୍ୱକପ୍‌ : ବାଂଲାଦେଶକୁ ୫ ଓ୍ଵିକେଟ୍‌ରେ ହରାଇଲା ଶ୍ରୀଲଙ୍କା ।

୭- ମନୀଷ ଅନୁରାଗ ହତ୍ୟା ମାମଲା: କନେଷ୍ଚେବଳ ପ୍ରସନ୍ନ ବେହେରା ଚାକିରିରୁ ବହିଷ୍କୃତ ।

୮- ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି : ଏଣିକି ସରକାରୀ କର୍ମଚାରୀ ପିନ୍ଧିବେ ସ୍ମାର୍ଟୱାଚ୍‌ ।

୯- ମମିତା ହତ୍ୟାକାଣ୍ଡ ବିରୋଧରେ ଜାରି ରହିଛି ପ୍ରତିବାଦ । ମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ବିରୋଧୀ ।

୧୦- ମଥୁରା ଆୟକର ବିଭାଗ ପକ୍ଷରୁ ଜଣେ ରିକ୍ସା ଚାଳକଙ୍କୁ ୩.୪୩ କୋଟି ଟଙ୍କାର ଆୟକର ନୋଟିସ ପଠାଇବା ପରେ ଏହାକୁ ନେଇ ଏବେ ଆଲୋଚନା ଜୋର ଧରିଛି ।

୧୧- ୟୁପିରୁ ଚିହ୍ନଟ ହେଲା ରାଜ୍ୟର ପ୍ରଥମ ଜିକା ରୋଗୀ, ଯାଞ୍ଚ ପାଇଁ ଦିଲ୍ଲୀରୁ ପହଞ୍ଚିଲା ଦଳ.

୧୨- ଆର୍ୟନ ଖାନ ଡ୍ରଗ୍ସ ଲିଙ୍କ ମାମଲାରେ ସାକ୍ଷୀଙ୍କ ସାଂଘାତିକ ଅଭିଯୋଗ : ‘NCB ଅଧିକାରୀ ସାଧା ପେପରରେ ଦସ୍ତଖତ ନେଇଛନ୍ତି, କୋଟି କୋଟି ଟଙ୍କାରେ ଡିଲ୍‌ ହୋଇଛି’ ।

୧୩- ପ୍ରଥମଥର ପାଇଁ ଟ୍ୱେଣ୍ଟି -୨୦ ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟରେ ପ୍ରବେଶ କରିଛି ସ୍କଟ୍‌ଲାଣ୍ଡ । ଏହି ବିଶ୍ୱକପ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଟେଷ୍ଟ ମାନ୍ୟତା ହାସଲ କରିବାକୁ ଲକ୍ଷ୍ୟ ରଖିଛି ସ୍କଟ୍‌ଲାଣ୍ଡ ଦଳ ।

୧୪- ପଞ୍ଜାବ: ନିଜ ପାର୍ଟି ଉପରେ ବର୍ଷିଲେ ମନିଷ ତିୱାରୀ, କହିଲେ ଏପରି ଅରାଜକତା କେଉଁଠି ଦେଖିନି ।

୧୫- ୨୦୨୧-୨୨ରୁ ଦଶମରୁ ଦ୍ୱାଦଶ ସବୁ ପାଠ୍ୟପୁସ୍ତକରେ ରହିବ ‘କ୍ୟୁଆର କୋଡ’ ।

Show More

Related Articles

Back to top button