Breaking PLUSଓଡ଼ିଶାଖେଳଦେଶଦେଶ ବିଦେଶମୁଖ୍ୟ ଖବର

ସଂକ୍ଷିପ୍ତ ସମ୍ବାଦ

୧- ଆଜି ପ୍ରଥମାଷ୍ଟମୀ, ପଢୁଆଁ ହୋଇଛନ୍ତି ବଡଠାକୁର । ମାମୁଁ ଘର ମାଧବାନନ୍ଦଜୀଉ ପକ୍ଷରୁ ଆସିଥିଲା ପଢୁଆଁ ଭାର । ବଡଠାକୁର ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ର ମା’ ସୁଭଦ୍ରା ଆଜି ପଢୁଆଁ ହୋଇଛନ୍ତି ।

୨- ମୁଖ୍ୟମନ୍ତ୍ରୀ ଆଜି କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନୂଆ ସ୍ମାର୍ଟକାର୍ଡ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ଉଦ୍ଘାଟନ କରିଛନ୍ତି ।

୩- ଏକ୍ସପାଏରୀ ଔଷଧକୁ ନେଇ ଆସିଲା ମାର୍ଗଦର୍ଶିକା । ଏଣିକି ପ୍ରତିଦିନ ଏକ୍ସପାଏରୀ ତାରିଖ ଯାଞ୍ଚ କରିବେ ମେଡିସିନ୍ ଷ୍ଟୋର ।

୪- ଆସନ୍ତା ଡିସେମ୍ବର ୬ ତାରିଖରେ ଭାରତ ଗସ୍ତରେ ଆସିବେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୨୧ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଦେବେ ଯୋଗ ।

୫- ଦାରିଦ୍ର୍ୟ ତାଲିକାର ୯ମ ସ୍ଥାନରେ ରହିଲା ଓଡ଼ିଶା,ନୀତି ଆୟୋଗର ସଦ୍ୟତମ ମଲ୍ଟି ଡାଇମେନ୍ସନାଲ ପୋଭର୍ଟି ରିପୋର୍ଟ ବା ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟ ଦେଖାଇଲା ଏଭଳି ବିକଟ ଚିତ୍ର । ଓଡ଼ିଶାର ପ୍ରତି ତିନି ଜଣରେ ଜଣେ ଗରିବ ଅର୍ଥାତ୍ ରାଜ୍ୟର ୨୯.୩୫% ଲୋକ ଗରିବ ।

୬- ଏଣିକି ଲୋକସେବା ଭବନ କର୍ମଚାରୀଙ୍କୁ ମିଳିବ ରେଡିଓ ଫ୍ରିକ୍ୱେନ୍ସି ଆଇକାର୍ଡ । ଆସନ୍ତା ଜାନୁୟାରୀ ମାସରୁ ଏହି କାର୍ଡ ପ୍ରଦାନ କରାଯିବ ।

୭- ଚିନ୍ତା ବଢ଼ାଇଲା କରୋନାର ନୂଆ ଭ୍ୟାରିଏଣ୍ଟ, ଟିକା ବି କାମ ଦେଉନି । ୩୦ ଥର ରୂପ ବଦଳାଇଲାଣି ଭୟଙ୍କର ଭାରିଆଣ୍ଟ B.1.1.529 । କ୍ଷୀପ୍ର ଗତିରେ ଜଣଙ୍କଠୁ ଅନ୍ୟ ଜଣକୁ କରୁଛି ସଂକ୍ରମଣ ।

୮- ଦୁଇରୁ ୩ ସପ୍ତାହ ମଧ୍ୟରେ ଉତ୍ତର ଭାରତରୁ ପରିବା ଆସିବ । ଡିସେମ୍ବରରେ ଖସିବ ପରିବା ଦର ।

୯- ଘର ସଜ୍ଜା ପାଇଁ ୧୮୦ ବର୍ଷ ପୁରୁଣା ଦୁଇଟି ଅଲିଭ୍ ଗଛକୁ ୮୫ଲକ୍ଷ ଟଙ୍କା ଖର୍ଚ୍ଚ କରି ଆନ୍ଧ୍ରରୁ ଆଣିଲେ ମୁକେଶ ଆମ୍ବାନୀ ।

୧୦- ଭଦ୍ରକ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାର ୮୬ ପ୍ରତିଶତ ଲୋକେ ହେବେ ଉପକୃତ । ସେହିପରି ବାଲେଶ୍ଵର ଜିଲ୍ଲାରେ ମଧ୍ୟ ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ଉପକୃତ ହେବେ ୨୦ ଲକ୍ଷ ଲୋକ ।

୧୧- ସବୁ ପ୍ରତିକ୍ଷାର ହେଲା ଅନ୍ତ, ରିଲିଜ ହେଲା ଅପକମିଙ୍ଗ ମୁଭି ୮୩ର ଟ୍ରେଲର । ତାଜା ହେଲା ୧୯୮୩ ଐତିହାସିକ ବିଶ୍ୱକପ ବିଜୟର ସ୍ମୃତି । ଫିଲ୍ମରେ ଲିଡ ରୋଲରେ ନଜର ଆସିବେ ରଣବୀର ସିଂଙ୍କ ସହ ଦୀପିକା ପାଦୁକୋନ ।

୧୨- ତିନି କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ପୂରିଲା ବର୍ଷେ । ଗତକାଲି ଏକାଠି ହୋଇଥିଲେ ହଜାର ହଜାର ଚାଷୀ ।

୧୩- ବିରଳ ଅଲିଭରିଡଲେ କଇଁଛ ପାଇଁ ସୁରକ୍ଷା : ଗହିରମଥାରୁ ଅସ୍ତରଙ୍ଗ ଦେବୀମୁହାଣ ଯାଏଁ ସମୁଦ୍ର ଉପକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ରରେ ମାଛ ମାରିବା ଉପରେ ଲାଗିଲା କଟକଣା ।

୧୪- ଶ୍ରୀମନ୍ଦିର ଦର୍ଶନ ପାଇଁ ଆସୁଥିବା ଦିବ୍ୟାଙ୍ଗ ଓ ବୟସ୍କ-ବୟସ୍କା ବ୍ୟକ୍ତିଙ୍କ ପାଇଁ ଆରମ୍ଭ ହେଲା ହୁଇଲ ଚେୟାର ବ୍ୟବସ୍ଥା । ପୁରୀର ଅଗ୍ରଣୀ ଅନୁଷ୍ଠାନ ସେଣ୍ଟର୍ ଫର୍ ଆକ୍ସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି ।

୧୫- ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁରର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଲା । ଆତ୍ମସମର୍ପଣ କରିଥିବା ନକ୍ସଲକୁ ହତ୍ୟା କଲେ ନକ୍ସଲ ।

୧୬- ଡିସେମ୍ବର ୧୫ ରୁ ଭାରତରୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ହେବ ଆରମ୍ଭ ।

୧୭- ୟୁରୋପ ଓ ଦକ୍ଷିଣ ଆଫ୍ରିକାରେ କରୋନା ବଢିଲା, ଭାରତୀୟ ସେୟାର ବଜାରରେ ଚଡ଼କ ପଡିଲା । ଦିନକରେ ନିବେଶକ ହରାଇଲେ ପ୍ରାୟ ସାଢେ ୭ ଲକ୍ଷ କୋଟି ।

୧୮- ଇସ୍ରାଏଲରେ ଜରୁରୀ ପରିସ୍ଥିତି ଜାରି କରିବାକୁ ଚେତାବନୀ, ଦକ୍ଷିଣ ଆଫ୍ରିକା ଭ୍ୟାରିଆଣ୍ଟ ଚିହ୍ନଟ ହେବାପରେ ହେଲା କଡା କଟକଣା ।

୧୯- ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ : ଭାରତର ୩୪୫ ରନ ପରେ ନ୍ୟୁଜିଲାଣ୍ଡ ର ଓପନରଙ୍କ ଦୃଢ ଜବାବ, ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଓ୍ଵିକେଟ୍ ନହରାଇ ୧୨୯ ରନ କରିଛି ।

୨୦- ପୁଣି ଆନ୍ତର୍ଜାତୀୟ କ୍ରିକେଟକୁ କରୋନା ଭୟ, ବାତିଲ ହୋଇପାରେ ଭାରତର ସାଉଥ୍ ଆଫ୍ରିକା ଗସ୍ତ, ନେଦରଲ୍ୟାଣ୍ଡ ବି ଅଧାରୁ ଫେରିବ ।

୨୧- କଳିଙ୍ଗ ଷ୍ଟାଡିୟମ : ପୁରୁଷ ଜୁନିୟର ବିଶ୍ୱକପର ତୃତୀୟ ଦିନର ଚତୁର୍ଥ ମ୍ୟାଚ ଦୁଇ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା ଓ ଜର୍ମାନୀ ମଧ୍ୟରେ ହେଲା କଡା ଟକ୍କର । ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇଲା ଜର୍ମାନୀ ।

Show More

Related Articles

Back to top button