Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜିଠୁ ଦେଶବ୍ୟାପୀ କୋଭିଡ୍ ଟିକା ନେଉଛନ୍ତି ବରିଷ୍ଠ ନାଗରିକ

ଆଜିଠୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ପ୍ରଥମ ଥର ସାଧାରଣ ଲୋକଙ୍କୁ ଦିଆଯାଉଛି କରୋନା ଟିକା । ୬୦ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଆକ୍ରାନ୍ତଙ୍କୁ ଟିକା ଦିଆଯାଉଛି ।

ଆଜିଠୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ପ୍ରଥମ ଥର ସାଧାରଣ ଲୋକଙ୍କୁ ଦିଆଯାଉଛି କରୋନା ଟିକା । ୬୦ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଆକ୍ରାନ୍ତଙ୍କୁ ଟିକା ଦିଆଯାଉଛି । ସରକାରୀ ସେଣ୍ଟରରେ ଟିକା ମାଗଣା । ତେବେ ଘରୋଇ ହସ୍ପିଟାଲରେ ଟିକା ନେନେ ଡୋଜ୍ ପ୍ରତି ୨୫୦ ଟଙ୍କା ଦେବାକୁ ପଡ଼ିବ ।

ଟିକା ନେବା ପାଇଁ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ । ସେହିପରି ଯେଉଁମାନେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଅଛନ୍ତି ସେମାନେ ଡାକ୍ତରୀ ପ୍ରମାଣପତ୍ର ଦେଖାଇବେ । ଟିକା ନେବାକୁ ଆଗ୍ରହୀ ବ୍ୟକ୍ତିଙ୍କୁ କୋ-ୱିନ୍ ପୋର୍ଟାଲ୍‌ରେ ପଞ୍ଜିକରଣ କରିବାକୁ ପଡ଼ିବ । ଆଗୁଆ ପଞ୍ଜିକରଣ କରି ନଥିଲେ ଅନ୍ ସ୍ପଟ ରେଜିଷ୍ଟ୍ରେସନ୍ କରିପାରିବେ ।

ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ସମେତ ୧୮୩ଟି ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି ।

Show More

Related Articles

Back to top button